ଓଡ଼ିଶା 365 (ବ୍ୟୁରୋ): ୧୦୦ ରନରେ ଜିତିଲା ଭାରତ ହାରିଲା ଇଂଲଣ୍ଡ। ଶାମି-ବୁମରାଙ୍କ ଘାତକ ବୋଲିଂ ସାଙ୍ଗକୁ ଅଧିନାୟକ ରୋହିତ ଶର୍ମାଙ୍କ ୮୭ ରନ୍ ର ଜବରଦସ୍ତ ପାରି ବଳରେ ଧରାଶାୟୀ ହୋଇଛି ଇଂଲଣ୍ଡ, ଲଗାତାର ଷଷ୍ଠ ବିଜୟ ସହ ସେମିଫାଇନାଲ ନିକଟତର ହୋଇଛି ଭାରତ। ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପ୍ରେ ଇଂଲଣ୍ଡକୁ ହରାଇବାରେ ସଫଳ ହୋଇଛି। ଲଗାତାର ୬ଟି ମ୍ୟାଚ୍ ଜିତି ରୋହିତ ବାହିନୀ ପଏଣ୍ଟ ଟେବୁଲରେ ୧୨ପଏଣ୍ଟ ସହ ଶୀର୍ଷରେ ସ୍ଥାନରେ ରହିଛି। ଇକାନା ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଟସ୍ ଜିତି ଇଂଲଣ୍ଡ ଆୟୋଜକ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।
ଭାରତ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ବିଜୟ ଲାଗି୨୩୦ ରନର ଟାର୍ଗେଟ୍ ଦେଇଥିଲା। ଇଂଲଣ୍ଡ ୩୪.୫ ଓଭର ୧୨୯ରନ୍ ରେ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ନପାରି ଅଲଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୪ଟିଓ ଯଶପ୍ରୀତ ବୁମରା୩,କୁଲଦୀପ ୨,ଜାଡେଜା ଗୋଟିଏ ଓ୍ୱିକେଟ୍ ନେଇଥିଲେ । ରୋହିତ୍ ଙ୍କ ୮୭ ରନର ପାରି ଲାଗି ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ୨୦୨୩ରେ ୧୦୦୦ ରନ ପୂରଣ ସହ ଛକାରେ ସବୁଠୁ ଆଗରେ ରହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ରେକର୍ଡ ମ୍ୟାନ୍ ରୋହିତ୍ ଶର୍ମା । ବିଶ୍ୱକପ୍ ରେ ଭାରତ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ସେପଟେ ଭାରତ ଠାରୁ ମ୍ୟାଚ୍ ହାରି ପଏଣ୍ଟ ଟେବୁଲରେ ଶେଷରେ ରହିଛି ଇଂଲଣ୍ଡ ।