ଓଡ଼ିଶା ଲିପଷ୍ଟିକ 365 (ବ୍ୟୁରୋ) : ଓଡ଼ିଶା ବ୍ୟତୀତ ଏହି ପର୍ବ ଭାରତର ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ମିଥିଳାରେ ମଧ୍ୟ ପାଳନ କରାଯାଏ। ତେବେ ଏହି ସ୍ଥାନଗୁଡ଼ିକରେ କୁମାର ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ନାମରେ ଜଣାଶୁଣା । ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀ ଘର ଘର ବୁଲିଥାଆନ୍ତି ଏବଂ ଯେଉଁମାନେ ରାତିସାରା ଜାଗ୍ରତ ରହନ୍ତି କେବଳ ସେମାନଙ୍କ ଉପରେ ହିଁ କୃପା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଗୁଜରାଟର ପଶ୍ଚିମାଞ୍ଚଳରେ ଏହି ପୂର୍ଣ୍ଣିମାକୁ ‘ଶରଦ୍ ପୁନମ୍’ ଭାବେ ପାଳନ କରାଯାଏ । ଏହି ଦିନ ରାତି ସାରା ସେଠାକାର ଲୋକମାନେ ଗର୍ବା ଓ ଦାଣ୍ଡିଆ ଖେଳିଥାନ୍ତି ।
ପଶ୍ଚିମ ଙ୍ଗରେ ଏହି ପର୍ବକୁ ‘ଲୋଖୀ ପୂଜୋ’ ବୋଲି କୁହାଯାଏ ଏବଂ ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅତି ଆଡ଼ମ୍ବରରେ କରାଯାଇଥାଏ। ପୂରା ପରିବେଶ ଭକ୍ତିମୟ ଉଠେ । ତେଣୁ ଏହି ଦିନ ରାତିରେ ଲୋକମାନେ ଗୀତ ଗାଇ କିମ୍ବା ବିଭିନ୍ନ ପ୍ରକାରର ଖେଳ ଖେଳି ରାତିସାରା ନିଜକୁ ଉଜାଗର ରଖିଥାନ୍ତି।ଆହୁରି ମଧ୍ୟ ଏହି ଦିନ ଲୋକେ କଠିନ ଖାଦ୍ୟ ନ ଖାଇ କେବଳ ତରଳ ଖାଦ୍ୟ, ଯଥା ନଡ଼ିଆ ପାଣି, କ୍ଷୀର ଇତ୍ୟାଦି ପିଇଥାନ୍ତି । କ୍ଷୀରକୁ ବହଳିଆ ହେଲା ପର୍ଯ୍ୟନ୍ତ ଫୁଟାଯାଇଥାଏ । ଏହା ପରେ ଏଥିରେ କାଜୁ, ପେସ୍ତା ବାଦାମ ଇତ୍ୟାଦି ପକାଇ ପାନୀୟ ରୂପେ ଗ୍ରହଣ କରାଯାଇଥାଏ ।