ଓଡ଼ିଶା 365 (ବ୍ୟୁରୋ) : ଆସାମ ସରକାରୀ କର୍ମଚାରୀମାନେ ଏଣିକି ଦ୍ୱିତୀୟ ବିବାହ କରିପାରିବେ ନାହିଁ । ସରକାର ଏନେଇ ନୂଆ ନିୟମ କରିଛନ୍ତି । ନୂଆ ନିୟମ ଅନୁସାରେ ଯେପର୍ଯ୍ୟନ୍ତ ସେମାନଙ୍କ ଜୀବନସାଥୀ ବଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ଆଉ ବ୍ୟାକ୍ତି ବିବାହ କରିପାରିବେ ନାହିଁ। ଏହା ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଇଛି । ଆଉ ଏଣିକି ଧର୍ମ ଆଧାରରେ ଦ୍ୱିତୀୟ ବିବାହକୁ ମଧ୍ୟ ସରକାର ଅନୁମତି ଦେବେ ନାହିଁ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ଆସାମ ସରକାର କୌଣସି କର୍ମଚାରୀଙ୍କୁ ଦ୍ୱିତୀୟ ବିବାହ ଅନୁମତି ଦେବେ ନାହିଁ । ପୂର୍ବରୁ ମୁସଲମ ଧର୍ମ ଅନୁସାରେ କିଛି କର୍ମଚାରୀ ଦ୍ୱିତୀୟ ବିବାହ କରୁଥିଲେ । ଏବେ ବିଶେଷ ପରିସ୍ଥିତିରେ କର୍ମଚାରୀମାନଙ୍କୁ ଦ୍ୱିତୀୟ ବିବାହ ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ତାହେଲେ ସରକାରୀ କର୍ମଚାରୀ ଏପରି ନିଷ୍ପତ୍ତି ନେଇପାରିବେ । ପେନସନ ପାଇଁ ସମସ୍ୟା ହେଉଥିବାରୁ ସରକାର ଏନେଇ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଏନେଇ ପୂର୍ବରୁ ଅଭିଯୋଗ ହୋଇଛି । ମୁସଲମାନ କର୍ମଚାରୀମାନେ ଦୁଇଥର ବିବାହ କରୁଥିବା ମାମଲା ସାମ୍ନାକୁ ଆସିବାପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଏଥିରେ ଉଭୟ ପତ୍ନୀ ପେନସନ୍ ପାଇଁ କୋର୍ଟରେ ମାମଲା କରୁଛନ୍ତି । ଜଣେ ପତ୍ନୀଙ୍କୁ କେବଳ ପେନସନ ମିଳିପାରିବ। ଏହାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ଯେଉଁମାନେ ଦ୍ୱିତୀୟ ବିବାହ କରୁଥିବା କର୍ମଚାରୀ ସରକାରୀ ଚାକିରି ଏଣିକି କରିପାରିବେ ନାହିଁ । ବହୁବିବାହକୁ ଏହି ଆଇନ ଏବେ ନିଷିଦ୍ଧ କରିପାରିବ ।
ଆସାମର ଚାରି ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଏବେ ଏହି ଆଇନ ଲାଗୁହେବ । ଏବେ ସରକାରଙ୍କ ସହମତି ବିନା ସ୍ୱାମୀ ହୁଅନ୍ତୁ କି ପତ୍ନୀ ହୁଅନ୍ତୁ ଦ୍ୱିତୀୟ ବିବାହ କରିପାରିବେ ନାହିଁ । ଆସାମ ସିଭିଲ ସର୍ଭିସେସ୍ ନିୟମ, ୧୯୬୫ରେ ପରିବର୍ତ୍ତନ କରିଛନ୍ତି ସରକାର । ନିୟମ ପାଳନ କରୁନଥିବା କର୍ମଚାରୀଙ୍କ ଉପରେ ବାଧ୍ୟତାମୂଳକ ଅବସର ସମେତ ଭାରି ଦଣ୍ଡବିଧାନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।