ଓଡ଼ିଶା 365(ବ୍ୟୁରୋ): ମାଳଦ୍ୱୀପ ତଟରକ୍ଷୀ ବାହିନୀ ଦ୍ୱାରା ତାମିଲନାଡୁର ପ୍ରାୟ ୧୨ ଜଣ ମତ୍ସ୍ୟଜୀବୀ ଗିରଫ। ସେମାନଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ଡଙ୍ଗା ଫେରସ୍ତ ଦେବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଛନ୍ତି , ଅକ୍ଟୋବର ୧ ତାରିଖରେ ଥୁଥୁକୁଡି ଜିଲ୍ଲାରୁ ଯାନ୍ତ୍ରିକ ମାଛଧରା ଡଙ୍ଗାରେ ମାଛ ଧରିବାକୁ ବାହାରିଥିବା ମତ୍ସ୍ୟଜୀବୀମାନଙ୍କୁ ମାଳଦ୍ୱୀପ ତଟରକ୍ଷୀ ବାହିନୀ ଅକ୍ଟୋବର ୨୩ ତାରିଖରେ ଥିନାଧୁ ଦ୍ୱୀପ ନିକଟରୁ ଗିରଫ କରିଥିଲା। ଗିରଫ ହୋଇଥିବା ମତ୍ସ୍ୟଜୀବୀ ଏବଂ ସେମାନଙ୍କ ମାଛଧରା ଡଙ୍ଗାକୁ ମୁକ୍ତ କରିବା ପାଇଁ ଉପଯୁକ୍ତ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ମାଳଦ୍ୱୀପ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରସଙ୍ଗ ଉଠାଇବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍।