ଓଡ଼ିଶା 365 (ବ୍ୟୁରୋ) : ପୁଦିନା ପତ୍ରରେ ଅନେକ୍ ଔଷଧିୟ ଗୁଣ ଭରି ରହିଥାଏ । ଏହା ବିଭିନ୍ନ ପ୍ରକାର ବ୍ୟଞ୍ଜନର ସ୍ୱାଦ ବଢାଇବା ସହିତ , ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଅନେକ୍ ରୋଗବେମାରୀ ଠାରୁ ରକ୍ଷା କରିବାରେ ଏହା ସହାୟକ ହୁଏ । ତେବେ ଆସନ୍ତୁ ଜାଣିବା ପୁଦିନା ପତ୍ରର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ । ପୁଦିନା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଭରି ରହିଥାଏ । ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହା ସହିତ ପେଟ ଫୁଲିଥିଲେ ଏହାକୁ କମ୍ କରିବାରେ ସହାୟକ ହୋଇଥାଏ ।
ପ୍ରତିଦିନ ପୁଦିନା ସେବନ କରିବା ଦ୍ୱାରା , ଏହା ନାକ ଜାମ୍ ବା ନିଶ୍ୱାସ ନେବାରେ ଅସୁବିଧା ହେଉଥିଲେ ସେଥିରୁ ରକ୍ଷା କରିବାରେ ସାହାଯ୍ୟ କରେ । ହେଲେ ପୁଦିନା ପତ୍ର ସେବନ କରିବା ସମୟରେ ମନେ ରଖିବେ, ଏହାକୁ ଅତ୍ୟଧିକ ପରିମାଣରେ ସେବନ କରିବା ଅନୁଚିତ୍ । ଏହା ମୁଣ୍ଡ ବଥା ଭଲ କରିବାରେ ସହାୟକ ହୋଇଥାଏ । ପୁଦିନା ରସ ମୁଣ୍ଡରେ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ଆରାମ୍ ମିଳିଥାଏ । ପୁଦିନା ପତ୍ର ତ୍ୱଚା ପାଇଁ ମଧ୍ୟ ବହୁତ୍ ଲାଭଦାୟକ ହୋଇଥାଏ । ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ । ପୋଦିନା ପତ୍ର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।