ଓଡ଼ିଶା 365 (ବ୍ୟୁରୋ): ୩କୋଟି ୮୨ ଲକ୍ଷ ଟଙ୍କାରେ ନିଲାମ ହେଲା ବାହାନଗା ଟାଜେଡିରେ ଦୁର୍ଘଟଣାଗସ୍ତ ଟ୍ରେନର ଇଞ୍ଜିନ ଓ ବଗି। କୋର୍ଟରୁ ନିର୍ଦ୍ଦେଶ ମିଳିବା ପରେ ଏହି କୋଚ ଓ ଇଞ୍ଜିନିର ନିଲାମ କରାଯାଇଛି । ହାବଡାର ମୋହିତ ଷ୍ଟିଲକମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ ଓ କୋଚର ନିଲାମ ନେଇଛି । ୩କୋଟି ୮୨ ଲକ୍ଷ ଟଙ୍କା ଦେଇ ଏହାକୁ କିଣିଛି କମ୍ପାନୀ । ଏନେଇ ବାଲେଶ୍ୱର ରେଲୱେ ଷ୍ଟେଶନ ପରିଦର୍ଶନରେ ଆସିଥିବା ଦକ୍ଷିଣ ପୂର୍ବ ରେଲୱେର ପ୍ରବନ୍ଧକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,ମୋହିତ କମ୍ପାନୀ ଡିସେମ୍ବର ୫ ତାରିଖ ସୁଦ୍ଧା ସମସ୍ତ କୋଚ ଏବଂ ଇଞ୍ଜିନକୁ ନେଇଯିବ ।
ସୂଚନାଯୋଗ୍ୟ, ଗତ ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲର ବାହନଗାରେ ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ଏହାପରଠୁ ଦୁର୍ଘଟଣାସ୍ଥଳରେ ପଡିଥିଲା ଏହି ହୃଦହଥରା ଦୁର୍ଘଟଣାର ମୁକସାକ୍ଷୀ କ୍ଷତିଗ୍ରସ୍ତ ଟ୍ରେନର ଇଞ୍ଜନ ଓ ବଗି । ମାଲବାହୀ ଟ୍ରେନକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପ୍ରେସ ଯଶବନ୍ତପୁର-ହାବଡା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨୯୪ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଶତାଧିକ ଲୋକ ଆହତ ହୋଇଥିଲେ । ଦୀର୍ଘମାସ ଧରି ଚିହ୍ନଟ ହୋଇ ନ ଥିବା ମୃତ ଦେହକୁ ସାଇତା ରଖିବା ପରେ ଏହାକୁ ସମୂହ ସଂସ୍କାର କରାଯାଇଥିଲା ।ଦକ୍ଷିଣପୂର୍ବ ରେଲୱେ,ଖଡଗପୁର ଡିଭିଜନର ଇଞ୍ଜିନିୟରଙ୍କ ଯାଚିକା ଉପରେ ଶୁଣାଣିକରି ଗୋଟିଏ ଇଞ୍ଜିନ ସହିତ ୨୧ କ୍ଷତିଗ୍ରସ୍ତ ବଗିର ନିଲାମ ଆଦେଶ ଦେଇଛନ୍ତି କୋର୍ଟ ।