ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଦେଖିଥିବେ ଦୁର୍ଘଟଣାରେ ଖଣ୍ଡିଆ ହୋଇଥିଲେ ଘା’ ଶୁଖିଯାଇଥାଏ ହେଲେ ଦାଗ ଲିଭି ନ ଥାଏ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ । ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ । କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବାକୁ ପଛାଇ ନଥାନ୍ତି । ଲେମ୍ବୁରେ ଥିବା ଭିଟାମିନ ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ । ଏକ ଲେମ୍ବୁ ନେଇ ଦାଗ ଉପରେ ଘଷନ୍ତୁ। ପ୍ରତ୍ୟେକ ଦିନ କିଛି ସମୟ ପାଇଁ ଏପରି କଲେ ଧୀରେ ଧୀରେ ଦାଗ ଲିଭିଯିବ ।
ଖାଲି ସେତିକି ନୁହେଁ ମହୁ ଆମ ଶରୀର ପାଇଁ ବହୁ ଉପକାରୀ ବୋଲି ସମସ୍ତେ ଜାଣନ୍ତି । ଏଥିସହ ଆମ ତ୍ୱଚାକୁ ମଧ୍ୟ ଏହା ବହୁତ ଫାଇଦା ଦେଇଥାଏ । ଏହା ତ୍ୱଚାରେ ଅନାବଶ୍ୟକ ବା ଡେଡ ଟିସୁକୁ ବାହାର କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣ ମହୁକୁ ଦାଗ ଲିଭାଇବାରେ ମଧ୍ୟ ବ୍ୟବହାର କରିପାରିବେ। ପ୍ରତ୍ୟେକ ଦିନ ଆପଣ କିଛି ବୁନ୍ଦା ମହୁ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ।
କିଛି ଦିନ ପରେ ଦେଖିବେ ଦାଗ ଧୀରେ ଧୀରେ ଲିଭିବା ଆରମ୍ଭ କରିଦେବ ।ତେବେ କାକୁଡ଼ି ମଧ୍ୟ ତ୍ୱଚା ଏବଂ ଶରୀର ପାଇଁ ବହୁ ଲାଭଦାୟକ। ଏହା ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଖଣ୍ଡିଆ ପରେ ରହିଯାଇଥିବା ଦାଗକୁ ଭଲ କରିବା ପାଇଁ ଆପଣ କାକୁଡ଼ି ପେଷ୍ଟ ଲଗାଇ ପାରିବେ କିମ୍ବା କାକୁଡ଼ିକୁ ଉକ୍ତ ସ୍ଥାନରେ ଘସି ପାରିବେ। ଏହାଦ୍ୱାରା ଆପଣଙ୍କ ଦାଗ ଦୂର ହୋଇଯିବ।