ଓଡ଼ିଶା 365 (ବ୍ୟୁରୋ) : କାକୁଡ଼ି ଏକ ଏପରି ଫଳ ଯେଉଁଥିରେ ୯୫ ପ୍ରତିଶତ ଖାଲି ପାଣି ରହିଥାଏ । କାକୁଡ଼ି ଖାଇବା ଦ୍ୱାରା ଆପଣଙ୍କ ଶରୀର ଡିହାଇଡ୍ରେସନ୍ ସମସ୍ୟାରୁ ଦୂରେଇ ରହିଥାଏ । ସାଧାରଣତଃ ଖରାଦିନରେ ସେଥିପାଇଁ ଅନେକ ଲୋକ କାକୁଡ଼ି ଖାଇବା ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଖାଲି କାକୁଡି ନୁହେଁ ବରଂ କାକୁଡ଼ି ଚୋପା ଆପଣଙ୍କୁ ଅନେକ ଫାଇଦା ଯୋଗାଇଥାଏ । ତେବେ ଜାଣନ୍ତୁ କାକୁଡି ଚୋପାର ଫାଇଦା ମାନ ବିଷୟରେ । କାକୁଡ଼ି ଚୋପାର ଫେସ୍ ମାସ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଫେସ୍ ମାସ୍କ ସାହାଯ୍ୟରେ ଆପଣଙ୍କ ତ୍ୱଚା କୋମଳ ରହିବ । ଏହି ଫେସ୍ ମାସ୍କ ଆପଣଙ୍କ ଚେହେରାରେ ଥିବା ଦାଗ ଏବଂ ଚିହ୍ନ ରୁ ମଧ୍ୟ ମୁକ୍ତି ଦେଇଥାଏ ।
କାକୁଡ଼ିର ଚୋପା କୁ ବାହାର କରି ଏହାର ପେଷ୍ଟ କରନ୍ତୁ । ପରେ ଆପଣ ୨ ଚାମଚ ଆଲୋଭେରା ଜେଲ୍ ଏବଂ ସେଥିରେ ଅଧ ଚାମଚ ହଳଦୀ ମିଶାନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । କାକୁଡି ଚୋପା ଫେସ୍ ମାସ୍କ ଲଗାଇବା ପୂର୍ବରୁ ମୁହଁ ଧୋଇ ଦିଅନ୍ତୁ । ପରେ ଫେସ୍ ମାସ୍କ ନେଇ ଏହାକୁ ସମ୍ପୂର୍ଣ୍ଣ ଚେହେରାରେ ଭଲ ଭାବରେ ଲଗାନ୍ତୁ । ଏହା ପରେ, ଫେସ୍ ମାସ୍କକୁ ପ୍ରାୟ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଶେଷରେ ସାଧା ପାଣିରେ ମୁହଁ ଧୋଇ ସଫା କରନ୍ତୁ । ତ୍ୱଚା କୋମଳ ହେବା ସହିତ ତ୍ୱଚା ଉଜ୍ୱଳ ଦେଖାଯିବ ।