ଓଡ଼ିଶା 365 (ବ୍ୟୁରୋ) : ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ । ପୁରୁଷ ୪୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଦିଲ୍ଲୀପ ମହାଡୁ ଗାଭିଟ ସ୍ୱର୍ଣ୍ଣ ପଦକ ହାସଲ ପରେ ପ୍ରଥମ ଥର ପାଇଁ ଶତକ ଛୁଇଁଛି ଭାରତର ପଦକ ସଂଖ୍ୟା । ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ କରିଛନ୍ତି। ପାରା ଏସୀୟ କ୍ରୀଡାର ଚତୁର୍ଥ ସଂସ୍କରଣର ଅନ୍ତିମ ଦିନରେ ଭାରତକୁ ଏହି ସଫଳତା ମିଳିଛି । ବର୍ତ୍ତମାନ ସୁଦ୍ଧା ପାରା ଏସୀୟ କ୍ରୀଡାରେ ଭାରତକୁ ୨୬ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ ପଦକ ହାତେଇଛି ।
ଜାକାର୍ତ୍ତାରେ ଖେଳାଯାଇଥିବା ତୃତୀୟ ସଂସ୍କରଣରେ ଭାରତର ପଦକ ସଂଖ୍ୟା ୭୨ ରହିଥିଲା । ଅକ୍ଟୋବର ୨୬ ତାରିଖରେ ଏହି ରେକର୍ଡକୁ ଭାଙ୍ଗିଥିଲା ଭାରତ । ଚଳିତ ସଂସ୍କରଣରେ ଭାରତୀୟ ଖେଳାଳି ୧୭ଟି ଇଭେଣ୍ଟରେ ୩୦୯ ଜଣ ଖେଳାଳି ଭାଗ ନେଇ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ପଦକ ତାଲିକାରେ ଚୀନ ପ୍ରଥମ ସ୍ଥାନରେ ରହିଛି ।