ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଦେଖିଥିବେ କେହି କେହି ଶରୀରର ଓଜନ କମ୍ କରିବା ପାଇଁ ସକାଳୁ ଉଠି ଆପଣ ଖାଲି ପେଟରେ ଲେମ୍ୱୁ ପାଣି ପିଇଥା’ନ୍ତି । ଏପରିକି କିଛି ଲୋକ ଲେମ୍ୱୁ ପାଣିରେ ମହୁ ମଧ୍ୟ ମିଶାଇ ପିଇଥାନ୍ତି । କିନ୍ତୁ ବାସ୍ତବରେ ଏହା ଶରୀର ପାଇଁ ଠିକ୍ ନୁହେଁ। ଲେମ୍ୱୁ ପାଣି ପିଇଲେ ଓଜନ କମିନଥାଏ ବରଂ ବିଶେଷଜ୍ଞଙ୍କ କହିବା ଅନୁସାରେ ଓଜନ କମାଇବା ପାଇଁ ଲେମ୍ୱୁ ପାଣି କୌଣସି ପ୍ରକାର ସାହାଯ୍ୟ କରିନଥାଏ । ଦୁଗ୍ଧଜାତୀୟ ଖାଦ୍ୟ ଓ ଫ୍ରୁଟ୍ ଜୁସ୍ ବଦଳରେ ଆପଣ ଯଦି ଲେମ୍ୱୁ ପାଣି ପିଉଛନ୍ତି, ତେବେ ଏଥିରୁ କେବଳ ଆପଣଙ୍କ ଶରୀରକୁ କ୍ୟାଲୋରୀ କମ୍ ଯାଇଥାଏ ।
ଓଜନ ହ୍ରାସ କରିବା ପାଇଁ ଶରୀରକୁ ହାଇଡ୍ରେଟ୍ ରଖିବା ବହୁତ ଜରୁରୀ । ଏହାର କାରଣ ଅନେକ ସମୟରେ ଶୋଷ ଲାଗିଲେ, ଆମେ ଏହାକୁ ଭୋକ ବୋଲି ଭାବିଥାଉ। ଏହି ଭାବନା ଯୋଗୁ ଆପଣ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥା’ନ୍ତି। ଯେଉଁ କ୍ୟାଲୋରୀ ଆପଣଙ୍କ ଶରୀର ପାଇଁ ଆବଶ୍ୟକ ନଥାଏ । କିନ୍ତୁ ଲେମ୍ୱୁ ପାଣି ଆପଣଙ୍କ ଶରୀରକୁ ସୁପର ହାଇଡ୍ରେଟ୍ ରଖିଥାଏ।ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ବାୟୋକେମେଷ୍ଟ୍ରୀ ଆଣ୍ଡ୍ ନ୍ୟୁଟ୍ରିସନ୍ରେ ପ୍ରକାଶିତ ତଥ୍ୟ ଅନୁସାରେ, ଲେମ୍ୱୁ ପାଣିରେ ଥିବା ପୋଲିଫେନାଲ ଓ ଏହାର ଚୋପା ଲିଭର୍ରୁ ଫ୍ୟାଟ୍ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ ।
ପୋଲିଫେନାଲ ଏପରି ଏକ ତତ୍ତ୍ୱ, ଯାହା ଆଣ୍ଟି-ଅକ୍ସିଡାଣ୍ଟ୍ ଭାବରେ କାମ କରିଥାଏ । ଯଦି ଆପଣ କେଟୋ ଡାଏଟ୍ ଫଲୋ କରୁଛନ୍ତି, ତେବେ ଏହା ସମ୍ଭବ। କେବଳ ଲେମ୍ୱୁ ପାଣିରେ ଫ୍ୟାଟ୍ ବର୍ଣ୍ଣ ହୋଇନଥାଏ।ଯଦି ଆପଣଙ୍କର ପେଟ ଫୁଲିବା ସମସ୍ୟା ଅଛି, ତେବେ ଲେମ୍ୱୁ ପାଣି ଏଥିପାଇଁ ସାହାଯ୍ୟ କରିଥାଏ । କିନ୍ତୁ ଆପଣଙ୍କର ଲମ୍ୱା ସମୟ ପର୍ଯ୍ୟନ୍ତ ଏହି ସମସ୍ୟା ଥିଲେ, ଲେମ୍ୱୁପାଣି ଏଥିରେ କୌଣସି ସହାୟତା କରିନଥାଏ । କିନ୍ତୁ ମନେ ରଖନ୍ତୁ, କୌଣସି ଡ୍ରିଙ୍କ୍ ଓଜନ ହ୍ରାସ କରି ଆପଣଙ୍କୁ ପତଳା କରିବା ପାଇଁ ଚମତ୍କାର ଭାବରେ ସାହାଯ୍ୟ କରିନଥାଏ । ଓଜନ ହ୍ରାସ କରିବା ପାଇଁ ଆପଣ ପ୍ରଥମେ ନିଜ ଖାଦ୍ୟପାନୀୟ ଉପରେ ଧ୍ୟାନ ଦିଅନ୍ତୁ ।