ଓଡ଼ିଶା 365 (ବ୍ୟୁରୋ) : ବିଟ୍ ମୁହଁ ପାଇଁ ଲାଭଦାୟକ ହୋଇଥାଏ । ଏହା ମୁହଁର ସତେଜତା ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟକୁ ବୃଦ୍ଧି କରାଇଥାଏ । ବିଟ୍ କୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବ । ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ପରେ ତାହକୁ ପେଷି ଗୁଣ୍ଡ କରି ବାଦାମ ତେଲ ମିଶାଇ ପ୍ରତିଦିନ ଓଠ ଓ ଗାଲରେ ଲଗାଇବା ଦ୍ୱାରା ମୁହଁର ଉଜ୍ୱଳତା ଫୁଟି ବାହାରିଥାଏ । ଏପରି କରିବା ଦ୍ବାରା ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ ।
ଖାଲି ସେତିକି ନୁହେଁ ଆଖି ତଳ କଳା ପଡୁଥିଲେ ବିଟ ରସରେ ୪-୫ ବୁନ୍ଦା ବାଦାମ ତେଲ ପକାଇ ପ୍ରତ୍ୟେକ ଦିନ ଲଗାନ୍ତୁ । ତାପରେ ଫେଶୱାସରେ ମୁହଁକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ବାରା ଆଖି ତଳ ସଫା ହୋଇଯିବ । ମୁହଁରେ ବିଭିନ୍ନ ପ୍ରକାରର ଦାଗ ଥିଲେ ମୁଲତାନି ମାଟିରେ ବିଟ ରସ ମିଶାନ୍ତୁ । ତାପରେ ମିଶ୍ରଣଟିକୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ । ତାପରେ ମୁହଁକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ମୁହଁରେ ଫରକ ଜାଣି ପାରିବେ।ବୟସ ବଢିବା ସହ ମୁହଁରେ ତାହା ପ୍ରତିଫଳିତ ହୋଇଥାଏ । ଏଥିରୁ ବର୍ତ୍ତିବା ପାଇଁ ପ୍ରତିଦିନ ମୁହଁରେ ବିଟ ରସ ଲଗାନ୍ତୁ ।