ଓଡ଼ିଶା 365 (ବ୍ୟୁରୋ): ଭୂକମ୍ପରେ ଥରିଲା ମିଆଁମାର । ସକାଳୁ ସକାଳୁ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ ଶନିବାର ଭୋର ୪ଟା ୫୩ମିନିଟରେ ମିଆଁମାରରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ୩୦ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ସମୟରେ ଏଣେ ତେଣେ ଧାଁ ଦୌଡ଼ ବାକୁ ଲାଗିଥିଲେ । ମାତ୍ର କ୍ଷୟକ୍ଷତିର କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ।
ଏହା ପୂର୍ବରୁ ଗତ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀ-ଏନସିଆର୍ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଫରିଦାବାଦ, ଗ୍ରେଟର ନୋଏଡା, ଗାଜିଆବାଦ, ନୋଏଡାରେ ମଧ୍ୟ ଅନୁଭୂତ ହେଲା ଭୂମିକମ୍ପ ଝଟକା। ଭୂମିକମ୍ପର କେନ୍ଦ୍ର ଫରିଦାବାଦ ଥିଲା। ଭୂମିକମ୍ପର ତୀବ୍ରତା ୩.୧ ଥିଲା। ଯଦିଓ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ନାହିଁ, ତେବେ ବର୍ତ୍ତମାନ ସୁଦ୍ଧା ଏହାର ତଦନ୍ତ ଜାରି ରହିଛି ।