ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ୨ ସପ୍ତାହରୁ ଅଧ୍ଚଳ ଦିନ ଧରି ଏହି ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ପୁଣି ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି ।
ଗାଜା ସିଟିର ଅଲ-ଜାୟତୁନ ଅଞ୍ଚଳରେ ଏକ ଚାରି ମହଲା ଘର ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରୀୟ ଗାଜାର ନୁସିରାଟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ବିମାନ ଆକ୍ରମଣରେ ଅନ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି। ରାଫାରେ ଇସ୍ରାଏଲର ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି। ପାଲେଷ୍ଟାଇନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଧିକୃତ ପଶ୍ଚିମ ତଟରେ ଇସ୍ରାଏଲ ସେନା ଆକ୍ରମଣ କରିବାରୁ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୂ ହୋଇଛି । ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି ।
ଏହି ଇସ୍ରାଏଲ୍ ଆକ୍ରମଣରେ ହାମାସ୍ ଏୟାର ଷ୍ଟ୍ରାଇକ୍ ମୁଖ୍ୟ ଆସେମ୍ ଅବୁ ରାକାବା ମଧ୍ୟ ନିହତ ହୋଇଥିଲେ। ଆମା ରାକାବା ହାମାସର UAV, ଡ୍ରୋନ୍, ପାରାଗ୍ଲାଇଡର୍, ଏୟାର ଷ୍ଟ୍ରାଇକ୍ ଏବଂ ପ୍ରତିରକ୍ଷା ପାଇଁ ଦାୟୀ ଥିଲେ।