ଓଡ଼ିଶା 365 (ବ୍ୟୁରୋ): ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଇସିଲ୍ୟାଣ୍ଡରେ ଏବେ ମହିଳାଙ୍କୁ କମ୍ ଦରମା ମିଳିବା ଓ ଲିଙ୍ଗ ଆଧାରିତ ହିଂସାକୁ ସମାପ୍ତ କରିବାକୁ ଆନ୍ଦୋଳନ ତେଜିବାରେ ଲାଗିଛି । ତେବେ ସବୁଠାରୁ ବଡ କଥା ହେଉଛି ଏହି ଆନ୍ଦୋଳନରେ ମହିଳାଙ୍କ ନେତୃତ୍ୱ ନେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ କ୍ୟାଟରିନ୍ ଜାକୋବସଡୋଟର । ଅନ୍ୟ ମହିଳା କର୍ମୀଙ୍କ ସହ ସେ ଆନ୍ଦୋଳନରେ ବସିଛନ୍ତି ।
ଏହି ସମୟରେ ଆଇସିଲ୍ୟାଣ୍ଡରେ ହଜାର ହଜାର ମହିଳା ପୁରୁଷଙ୍କ ତୁଳନାରେ କମ୍ ବେତନ, ଲିଙ୍ଗଗତ ହିଂସାକୁ ସମାପ୍ତ କରିବାକୁ ଅନ୍ଦୋଳନ ଜାରି ରହିଛି । ମଙ୍ଗଳବାର ଦିନ ଆଇସିଲ୍ୟାଣ୍ଡର ସମସ୍ତ ସ୍କୁଲ, ଦୋକାନ ବଜାର, ସ୍ୱିମିଂ ପୋଲ ଠାରୁ ଆରମ୍ଭ କରି ସମସ୍ତ ସଂସ୍ଥାନ ବନ୍ଦ ଥିଲା । ଟ୍ରେଡ ୟୁନିୟନ ତରଫରୁ ଏହି ଆନ୍ଦୋଳନ ଆୟୋଜନ କରାଯାଇଛି । ମହିଳା ଓ ଅବିବାହିତ ଲୋକଙ୍କୁ କାମ ସମେତ ଦରମା ଓ ବେତନ ବିହୀନ କାମ କରିବାକୁ ଶ୍ରମିକ ସଂଗଠନ ଆହ୍ୱାନ ଦେଇଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ।