ଓଡ଼ିଶା 365 (ବ୍ୟୁରୋ): ପରଲୋକ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ନିର୍ଦ୍ଦେଶକ, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ସ୍ୱରୂପ ନାୟକ। ଦୀର୍ଘ ଦିନ ଧରି ଥ୍ରଟ କ୍ୟାନସରରେ ପୀଡ଼ିତ ଥିବା ସ୍ୱରୂପଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ମଧ୍ୟାହ୍ଣରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା।
ଅନେକ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ। ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମ ହୋଇଥିବା ସ୍ୱରୂପ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ। ୬ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି। ସେହିପରି ୬ଟି ଫିଲ୍ମରେ ଗୀତ ଗାଇ ଥିଲେ। ୧୯୬୨ ମସିହାରେ ରିଲିଜ ହୋଇଥିବା ‘ଜୟଦେବ’ ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୮୪ ମସିହାର ଓଡ଼ିଆ ଚଳଚ୍ଚିତ୍ର ‘ହୀରାଲୀଳା’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକତାଙ୍କ ଭାଇ ।