ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ପ୍ରିୟଙ୍କା ଚୋପ୍ରା । ବିବାହ ପରଠୁ ସେ ବଲିଉଡ ଠାରୁ ଟିକିଏ ଦୂରେଇ ଯାଇଛନ୍ତି । ସେ ଆମେରିକାର ନିକ୍ ଜୋନାସଙ୍କୁ ବିବାହ କରିବା ପରେ ହଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି। ହେଲେ ଭାରତରେ ହେଉଥିବା ସମସ୍ତ କାର୍ଯ୍ୟକୟମରେ ସେ ଯୋଗ ଦେଇଥାନ୍ତି । କାରଣ ଦର୍ଶକମାନେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ମଧ୍ୟ ବେଶ୍ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଦର୍ଶକ ମାନଙ୍କ ଏଭଳି ଭଲପାଇବା ଦେଖି ପ୍ରିୟଙ୍କା ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାରତ ଆସିଥାନ୍ତି ।
ନିକଟରେ ସେ ମୁମ୍ବାଇ ଫେରିଛନ୍ତି । ଏନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଗୁରୁବାର ରାତିରେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଗଣମାଧ୍ୟମକୁ ନମସ୍କାର କରିବା ସହ ଫଟୋଗ୍ରାଫ୍ ପାଇଁ ପୋଜ୍ ମଧ୍ୟ ଦେଇଥିଲେ। ପ୍ରିୟଙ୍କା ଏକ ବ୍ରାଲେଟ ଟପ୍ ସହିତ ଧୂସର ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ ବହୁତ ସୁନ୍ଦର ଦେଖାଯାଉଥିଲେ । ହେଲେ ଏହି ସମୟରେ ସମସ୍ତଙ୍କ ନଜର ଥିଲା ଅଭିନେତ୍ରୀଙ୍କ ବେକରେ ଥିବା ଲକେଟ୍ ଉପରେ କାରଣ ସେ ବେକରେ ତାଙ୍କ ଝିଅ ନାଁର ଲକେଟ୍ ପିନ୍ଧିଥିଲେ । ଯେଉଁଥିରେ ଲେଖାଥିଲା ମାଳତୀ ।