ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ କରୀନା କପୁର । ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଅଭିନୟ ପାଇଁ ସେମାନେ ନିଜ ଶରୀରକୁ ସବୁବେଳେ ଫିଟ୍ ରଖିବା ପାଇଁ ଅନେକ ଉପାୟ ଆପଣେଇଥାନ୍ତି । ଅଭିନେତ୍ରୀ କରୀନା କପୁର ମଧ୍ୟ ନିଜକୁ ଫିଟ୍ ରଖିବା ପାଇଁ ଏହି ଖାଦ୍ୟକୁ ବ୍ୟବହାର କରିଥାନ୍ତି । ସୂଚନା ମୁତାବକ, ଜାଇଫଳର ବଡ ଫ୍ୟାନ୍ ହେଉଛନ୍ତି କରୀନା କପୁର । ତାଙ୍କ ନ୍ୟୁଟ୍ରସିନିଷ୍ଟ ନିକଟରେ ଜାଇଫଳ ସେବନ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, କରୀନାଙ୍କୁ ଜାଇଫଳ ଖୁବ୍ ପସନ୍ଦ । ଏଥିରୁ ତାଙ୍କୁ ଅନେକ ଲାଭ ମିଳିଥାଏ । ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ନିୟମିତ ରାତିରେ ଖିରରେ ଜାଇଫଳ ମିଶାଇ ପିଉଥିଲେ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ତ୍ବଚାର ଚମକ ବଜାୟ ରହେ ବୋଲି କୁହନ୍ତି ନ୍ୟୁଟ୍ରସିନିଷ୍ଟ । ଏଥିରେ ଭିଟାମିନ୍ ଏ, ସି ଏବଂ ଇ ଆଦି ପୋଷକ ତତ୍ବ ସହ ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍, ଜିଙ୍କ୍, ଫାଇବର୍ ଓ ଆଇରନ୍ ଭରପୁର ମାତ୍ରାରେ ରହିଛି ।
ଆପଣ ଜାଣନ୍ତି କି, ଅଧିକାଂଶ ଲୋକେ ଖାଦ୍ୟର ସ୍ବାଦ ବଢ଼ାପଇବା ପାଇଁ ରୋଷେଇରେ ଜାଇଫଳ ବ୍ୟବହାର କରିଥାନ୍ତି। ଏହା କେବଳ ସ୍ବାଦ ବଢ଼ାଇବା ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ବି ଖୁବ୍ ଉପକାରୀ ହୋଇଥାଏ ।ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଜାଇଫଳ ଶରୀର ପାଇଁ ଖୁବ୍ ଉପକାରୀ। କେବଳ ଏକ ଚୁଟ୍କି ଜାଇଫଳ ଓଜନ ହ୍ରାସରୁ ନେଇ ତ୍ବଚାକୁ ଚିକ୍କଣ ଦିଶିବାରେ ସାହାଯ୍ୟ କରିବା ସହିତ ନିଦ୍ରାହୀନତା କମାଇବାରେ ସାହାଯ୍ୟ କରିଥାଏ। ଏହାସହ ଜାଇଫଳ ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ କରିବାରେ ଅଧିକ ସହାୟକ ହୋଇଥାଏ । ଏଥରେ ଓଜନ ହ୍ରାସ କରିବା ପରି ପାଚନ ଗୁଣ ରହିଛି।