ଓଡ଼ିଶା 365 (ବ୍ୟୁରୋ): ପୁଣି କନ୍ଦାଇଲାଣି ପିଆଜ । କିଚି ମାସର ବ୍ୟବଧାନ ପରେ ପୁଣି ଆକାଶ ଛୁଆଁ ହେଲାଣି ପିଆଜ ଦର। ମାସକ ଭିତରେ ଦୁଇଗୁଣା ବଢିଛି ପିଆଜ ଦର । ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଦୁଇଗୁଣା ହୋଇ ୫୦ ଟଙ୍କାରେ ପହଞ୍ଚିଛି । କିଛି ସ୍ଥାନରେ ବ୍ୟବସାୟୀ କିଲୋ ପିଛା ୬୦ ଟଙ୍କାରେ ବିକୁଛନ୍ତି । ଖୁଚୁରା ବଜାରରେ ପିଆଜ ଦର କେଜି ପିଛା ୫୫ରୁ ୬୦ଟଙ୍କାରେ ବିକ୍ରି ହେଉଛି । ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇଛି।
ଏସିଆର ସର୍ବବୃହତ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସଲ ଗାଁରେ ପିଆଜ ଦରରେ ମଧ୍ୟ ବୃଦ୍ଧି ଘଟିଛି । ୧୫ ଦିନ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ପିଛା ୨୩୫୦ଟଙ୍କାରେ ବିକ୍ରିହେଉଥିବାବେଳେ ଏବେ ଏହା୩୮୦୦ ଟଙ୍କାରେ ପହଞ୍ଚିଛି । ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି ।