ଓଡ଼ିଶା 365 (ବ୍ୟୁରୋ): ଆସନ୍ତାକାଲି କୁମାର ପୂର୍ଣ୍ଣିମା। ତେବେ କାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। କୁହାଯାଏ, ପୂର୍ଣ୍ଣିମା ଦିନ ଗଙ୍ଗାସ୍ନାନ ଏବଂ ଦାନ କରିବା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ । ପୂର୍ଣ୍ଣିମା ଦିନ ଧନର ଦେବୀ ମା ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରାଯାଇଥାଏ । ପୂର୍ଣ୍ଣିମା ଦିନ ଚନ୍ଦ୍ରମା ପୃଥିବୀର ସବୁଠାରୁ ନିକଟତର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହିଦିନ ଚନ୍ଦ୍ର ନିଜର ଷୋହଳ କଳାରେ ପରିପୂର୍ଣ୍ଣ ହୋଇଥାଏ । ବିଶ୍ୱାସ କରାଯାଏ, ଏହି ଦିନ ଚନ୍ଦ୍ରଠାରୁ ନିର୍ଗତ ରଶ୍ମୀ ବା କିରଣରୁ ଅମୃତ ବର୍ଷା ହୋଇଥାଏ । ଏଥିପାଇଁ ଏହି ଦିନ ଚନ୍ଦ୍ରମାଙ୍କୁ ଭୋଗରେ କ୍ଷୀର ଅର୍ପଣ କରାଯାଇଥାଏ । ଏହି ଭୋଗକୁ ଖୋଲା ଆକାଶ ତଳେ ରଖାଯାଇଥାଏ, ଯେପରି ଭୋଗ ଉପରେ ଚନ୍ଦ୍ରଙ୍କ କିରଣ ଭଲଭାବରେ ପଡ଼ିପାରିବ । କାରଣ ଏହାଦ୍ୱାରା ଜୀବନ ଅମୃତମୟ ହୋଇଥାଏ । କୁମାର ପୂର୍ଣ୍ଣିମା ରାତିରେ ଖୀରି ତିଆରି କରିବା ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ । ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ ଏହି ଖୀରିରେ ତୁଳସୀ ପତ୍ର ପକାଇ ଚନ୍ଦ୍ରଙ୍କ କିରଣରେ ରଖିନିଅନ୍ତୁ । ତେବେ ଧ୍ୟାନ ରଖିନ୍ତୁ ଚନ୍ଦ୍ରଗ୍ରହଣ ହେବା ପୂର୍ବରୁ ଏହି ଖୀରିକୁ ସେଠାରୁ ନେଇଯାଆନ୍ତୁ ।
କୁମାର ପୂର୍ଣ୍ଣିମାରେ ନିଶ୍ଚୟ କରନ୍ତୁ ଏହି କାମ-
୧- ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ କୁମାର ପୂର୍ଣ୍ଣିମା ରାତିରେ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ଏହାସହ ମା ଲକ୍ଷ୍ମୀଙ୍କୁ ପାଞ୍ଚଟି କଉଡ଼ି ଅର୍ପଣ କରନ୍ତୁ ।
୨-ଚାକିରି ଏବଂ ବ୍ୟବସାୟରେ ସଫଳତା ପାଇବା ପାଇଁ ଏହି ଦିନ ମା ଲକ୍ଷ୍ମୀ ଏବଂ ହନୁମାନଙ୍କ ନିକଟରେ ଚତୁର୍ମୁଖୀ ଦୀପ ଜଳାନ୍ତୁ ।
୩-କୁମାର ପୂର୍ଣ୍ଣିମାରେ ତୁଳସୀ ମାତାଙ୍କୁ ପୂଜା କରିବା ଦ୍ୱାରା ଶୁଭଫଳ ମିଳିଥାଏ । ଏହି ଦିନ ସନ୍ଧ୍ୟାରେ ତୁଳସୀଙ୍କୁ ପୂଜା କରିବା ମନୋସ୍କାମନା ପୂରଣ ହୋଇଥାଏ ।