ଓଡ଼ିଶା 365 (ବ୍ୟୁରୋ): ଓଟମିଲ୍ ଆଜିକାଲି ପ୍ରାୟ ଘର ପାଇଁ ଜଳଖିଆ ହୋଇଗଲାଣି । ବିଶେଷକରି ବ୍ୟାଚଲରଙ୍କ ରୋଷେଇ ଘରର ପ୍ରମୁଖ ଉପାଦାନ । ପ୍ରସ୍ତୁତି ପାଇଁ କମ୍ ସମୟ, ସ୍ୱାଦ ଓ ପୋଷାକ ତତ୍ତ୍ୱ ଯୋଗୁ ଏହା ଲୋକଙ୍କର ଖୁବ୍ ପସନ୍ଦ । ଏହାକୁ ତ୍ୱଚାର ଯତ୍ନଠାରୁ ଆରମ୍ଭ କରି ଅନ୍ୟାନ୍ୟ କେତେକ ଫାଇଦା ରହିଛି । ଏହାକୁ ତ୍ୱଚାର ଯତ୍ନଠାରୁ ଆରମ୍ଭ କରି ଅନ୍ୟାନ୍ୟ କେତେକ ଫାଇଦା ରହିଛି । ସୂଚନା ମୁତାବକ, ଏହାକୁ ଖାଇବା ଦ୍ୱାରା ଓଜନ ଆପେ ଆପେ କମିଯାଇଥାଏ ।
ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ, ଯାହା ଶରୀର ଓ ତ୍ୱଚା ପାଇଁ ଖୁବ୍ ଭଲ । ଏଥିରେ ରହିଛି ଭିଟାମିନ-ଇ, ଯାହା ଏକ ଆଣ୍ଟିଅକ୍ସିଡ଼ା । ଏହା ତ୍ୱଚାର ନମନୀୟତା ଓ ଯୁବସୁଲଭତାକୁ ବଜାୟ ରଖେ । ଯଦି ଆପଣ ଶୁଷ୍କ ତ୍ୱଚା ଓ ତ୍ୱଚା କୁଣ୍ଡାଇ ହେବା ସମସ୍ୟା ଭୋଗୁଥାନ୍ତି, ତେବେ ଏହା ସାହାଯ୍ୟ କରିପାରିବ । ଏହାସହ ଓଟସରେ ଫ୍ଲାବୋନାଇଡ୍ସ ରହିଛି । ଏହା ଏମିତି ଏକ ତତ୍ତ୍ୱ, ଯାହା ଶରୀରକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ । ସେହିପରି ବାୟୁମଣ୍ଡଳରେ ଥିବା ବିଷାକ୍ତ କେମିକାଲରୁ ରକ୍ଷା କରିଥାଏ । ତ୍ୱଚାକୁ ନରମ ରଖିବା ସହ ରୋଗ ସହ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ସାପୋନିନ୍ ଗଛରୁ ମିଳିଥାଏ, ଯାହା କାର୍ବୋହାଇଡ୍ରେଟର ଏକ ସମୂହ ।
ଓଟସ ତ୍ୱଚାକୁ ନମନୀୟ କରିବା ସହ ବାହାର ସଂକ୍ରମଣରୁ ରକ୍ଷା କରିଥାଏ । ତ୍ୱଚା କୌଣସି କାରଣରୁ ଫୁଲିଥିଲେ, ଏହା ଫୁଲାକୁ କମ୍ କରିଥାଏ । ଏହାସହ ଗାଧୋଇବା ପାଇଁ ବାଥଟବରେ ବ୍ୟବହାର କରୁଥିବା ହାଲକା ଉଷୁମ ପାଣିରେ ବେକିଂ ସୋଢ଼ା ସହ ଓଟସ ମିଶାଇ ଗାଧୋଇ ପାରିବେ । ଏହି ପାଣିରେ ୧୫ ମିନିଟ୍ ରହିବା ପରେ ବାହାରି ଆସନ୍ତୁ । ଏବେ ଶରୀରକୁ ଭଲ ଭାବେ ପୋଛି ନିଅନ୍ତୁ । ତ୍ୱଚା ନରମ ଓ ହାଲୁକା ଲାଗିବ ।