ଓଡ଼ିଶା 365 (ବ୍ୟୁରୋ): ଆଜି ରାଜଭବନ ଛାଡ଼ିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହା ପୂର୍ବରୁ ଓଡ଼ିଶା ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ନେଇ ଭାବବିହ୍ବଳ ହୋଇଛନ୍ତି ମହାମହିନ । ଗତକାଲି ରାଜଭବନରେ ରାଜ୍ୟପାଳଙ୍କୁ ରାଜଭବନ ପରିବାର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ପ୍ରଫେସର ଗଣେଶୀ ଲାଲ ଖୁବ୍ ଭାବବିହ୍ବଳ ହୋଇ କହିଥିଲେ, ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି। ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି। ଓଡ଼ିଆମାନଙ୍କ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ କେବେବି ଭୁଲି ପାରିବି ନାହିଁ। ଆଗାମୀ ଦିନରେ ଓଡ଼ିଶା ସମଗ୍ର ପୃଥିବୀକୁ ମାର୍ଗ ଦର୍ଶନ କରାଇବ ବୋଲି କହିଥିଲେ ପ୍ରଫେସର ଗଣେଶୀ ଲାଲ।
ଏପଟେ ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ୩୦ ତାରିଖରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୩୧ରେ ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ଉଭାବେ ଶପଥ ଗ୍ରହଣ କରିବେ ରଘୁବର ଦାସ।