ଓଡ଼ିଶା 365 (ବ୍ୟୁରୋ): ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ । ଜାମ୍ମୁ-କାଶ୍ମୀର ମଛଲୀ ସେକ୍ଟରରେ ହୋଇଛି ଏହି ଏନକାଉଣ୍ଟର । ବର୍ତ୍ତମାନ ସୁଦ୍ଧା ମୃତକ କେଉଁ ଆତଙ୍କୀ ସଂଗଠନ ସହିତ ଜଡିତ, ତାହା ଜଣାପଡିନାହିଁ । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଖବର ଅନୁଯାୟୀ, ମଛ୍ଲୀ ସେକ୍ଟରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ପୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ସୁରକ୍ଷାକର୍ମୀ ଘେରିଥିବା ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସେନା ବାହିନୀ । ସୁରକ୍ଷାବାହୀନିଙ୍କ ଗୁଳିରେ ୨ ଆତଙ୍କୀ ସଫା ହୋଇଥିଲେ ।