ଓଡ଼ିଶା 365 (ବ୍ୟୁରୋ) : ସୁଣ୍ଠି କୁ ଖାଦ୍ୟରେ ବ୍ୟବହାର କରାଯାଏ । କିନ୍ତୁ ସୁଣ୍ଠିର ପ୍ରୟୋଗ ଆର୍ୟୁବେଦିକ ଔଷଧୀ ରୂପେ ମଧ୍ୟ କରାଯାଇଥାଏ । ଏହା ଶରୀର ପାଇଁ ବେଶ୍ ଲାଭକାରୀ । ଏହାକୁ ଅତିତରେ ଗର୍ଭବତୀ ମହିଳା ପିଲାଜନ୍ମ କରିସାରିବା ପରେ ମଖ୍ୟତ ଖାଇଥାନ୍ତି । କିନ୍ତୁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ସୁଣ୍ଠିକୁ ମୁଖ୍ୟତ ଆର୍ୟୁବେଦିକ ଔଷଧିରେ ବ୍ୟବହାର କରାଯାଇଥାଏ । ଏହା ଆର୍ଥାଇଟସ୍ ରୁ ନେଇ ଶ୍ୱାସ ରୋଗ ପାଇଁ ମଧ୍ୟ ଅତ୍ୟଧିକ ଗୁଣକାରୀ । ଏହାବ୍ୟତିତ କୋଷ୍ଠକାଠିନ୍ୟ, ଗ୍ୟାସ, ଦାନ୍ତ, ପେଟ ଦରଜ ଆଦିରେ ଫାଇଦା ହୋଇଥାଏ । କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆପଣ ସୁଣ୍ଠି ବ୍ୟବହାର କରିପାରିବେ । ସେଥିପାଇଁ ଆପଣ ଧନିଆ ଏବଂ ସୁଣ୍ଠିକୁ ମିଶାଇ ଏକ କାଢା ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ନିତ୍ୟ ସେବନ କରନ୍ତୁ । ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯିବ ।
ଆର୍ଥାଇଟସ ସମସ୍ୟା ଛୁଟକାରା ପାଇବା ପାଇଁ ଆପଣ ଜୁଆଣୀ, ସୁଣ୍ଠି ଏବଂ ହରଡକୁ ସମାନ ମାତ୍ରାରେ ମିଶାଇ ତାର ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୁର୍ଣ୍ଣକୁ ପାଣିରେ କିଛି ସମୟ ପର୍ଯ୍ୟନ୍ତ ଫୁଟାଇବା ପରେ ସେହି ପାଣି ଛାଣିକି ପିଅନ୍ତୁ । ଏଭଳି କରିବା ଦ୍ୱାରା ଏହି ରୋଗରୁ ଆରାମ ମିଳିବ । ପେଟ ଯନ୍ତ୍ରଣା ସମସ୍ୟ ବେଶ ଫଳଦାୟୀ ହୋଇଥାଏ ସୁଣ୍ଠି । ଏହି ପଟ ଯନ୍ତ୍ରଣା ସମସ୍ୟାରୁ ଛୁଟକାରା ପାଇବା ପାଇଁ କଳା ଲୁଣ, ସୁଣ୍ଠି ଏବଂ ହେଙ୍ଗୁର ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣକୁ ବ୍ୟବହାର କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ଆରାମ ମିଳିଥାଏ । ଯଦି ଆପଣଙ୍କର ଲଗାତାର ଭାବେ ହିକ୍କା ହେଉଥିବ ତେବେ ସେଥିପାଇଁ ଖୀରରେ ସୁଣ୍ଠିଂକୁ ଫୁଟାଇ ଥଣ୍ଡା କରି ନିଅନ୍ତୁ । ଏହାପରେ ସେହି ଖୀରକୁ ପିଇବା ଦ୍ୱାରା ହିକ୍କା ବନ୍ଦ ହୋଇଯାଇଥାଏ । ପାଚନ କ୍ରିୟାକୁ ମଜବୁତ କରିଥାଏ ସୁଣ୍ଠି । ଏହାସହିତ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ସୁଣ୍ଠି ।