ଓଡ଼ିଶା 365 (ବ୍ୟୁରୋ) : ଆପଣ ମାନେ ଜାଣନ୍ତି କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ । ତେବେ ପ୍ରାୟ ସମସ୍ତେ କହିଥାନ୍ତି ଗରମ ବା ଉଷୁମ୍ କ୍ଷୀର ଶରୀର ପାଇଁ ବେଶ ଲାଭଦାୟକ । ହେଲେ ଆପଣ ଜାଣନ୍ତି କି ଥଣ୍ଡା କ୍ଷୀର ଶରୀର ପାଇଁ କେତେ ଲାଭଦାୟକ । ହଁ ଆଜ୍ଞା ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଶରୀର ପାଇଁ ଅଧିକ ଉପକାରୀ ଏକଥା ଅନେକଙ୍କୁ ଜଣା ନ ଥିବ। କ୍ଷୀର ଶରୀରର ଯେଉଁ ଆବଶ୍ୟକତାକୁ ପୂରଣ କରିଥାଏ ତାହା ଆଉ କେଉଁଠୁ ମିଳି ନ ଥାଏ । ତେଣୁ ନିୟମିତ କ୍ଷୀର ପିଇଲେ ଅନେକ ଉପକାର ମିଳେ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି ।
ନିୟମିତ ଥଣ୍ଡା କ୍ଷୀର ପିଇଲେ ଏସିଡିଟି, ମେଦବୃଦ୍ଧି, ବାରମ୍ବାର ଭୋକ ଲାଗିବା ଭଳି ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଶରୀରରେ ଚର୍ବି ବୃଦ୍ଧି ହୋଇ ନ ଥାଏ।-ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଚର୍ମକୁ ଟାଇଟ୍ କରି ରଖିଥାଏ । ଥଣ୍ଡା କ୍ଷୀର ପ୍ରୋଟିନର ଅଭାବକୁ ପୂରଣ କରିଥାଏ।-ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ ଓ ଭୋକ ମଧ୍ୟ ଅଧିକ ଲାଗି ନ ଥାଏ । ଥଣ୍ଡା କ୍ଷୀର ପିଇଲେ ଶରୀରରେ ଜଳୀୟ ଅଂଶ ଠିକ୍ ରହିଥାଏ। ଏସିଡିଟି ଭଳି ସମସ୍ୟା ଆଦୌ ଦେଖାଯାଇ ନ ଥାଏ । ଏହାକୁ ପିଇଲେ ଶରୀରର ତାପମାତ୍ର ନିୟନ୍ତ୍ରଣରେ ରହିବା ସହ ମେଦବୃଦ୍ଧି ମଧ୍ୟ ନିୟନ୍ତ୍ରିତ ସ୍ତରରେ ରହିଥାଏ ।