ଓଡ଼ିଶା 365 (ବ୍ୟୁରୋ) : ବିଶ୍ବକପ୍ ୨୦୨୩ର ୧୩ ତମ ସଂସ୍କରଣ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜଲାଣ୍ଡକୁ ପରାସ୍ତ କରି ଲଗାତାର ୫ଟି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଦଳ ଫୁଲ ଫର୍ମରେ ରହିଥିବା ବେଳେ ଆସନ୍ତା ୨୯ ତାରିଖରେ ଦଳ ଇଂଲଣ୍ଡ ବିପକ୍ଷରେ ଖେଳିବ । ଲକ୍ଷ୍ନୌର ଏକ୍କନା ଷ୍ଟାଡିମୟରେ ଏହି ମ୍ୟାଚ ଖେଳାଯିବ । ତେବେ ଏନେଇ ଭାରତୀୟ କ୍ରିକେଟ ଦଳ, ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଓ କୋଚ ଷ୍ଟାଫ ସମସ୍ତେ ଲକ୍ଷ୍ନୌରେ ପହଞ୍ଚିଛନ୍ତି ।
ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରି ଦଳ ବିଜୟଧାରା ବିଜାୟ ରଖିବାକୁ ପ୍ରୟାସ କରିବ । ଆଜି ଏକନ୍ନା ଷ୍ଟାଡିୟମରେ ଅଭ୍ୟାସ କରିବ ଟିମ ଇଣ୍ଡିଆ । ଇଂଲଣ୍ଡ ଦଳ ଆଜି ବେଙ୍ଗାଲୁରୁ ବିପକ୍ଷରେ ଏକ ମ୍ୟାଚ ଖେଳିବାକୁ ଯାଉଛି । ଆସନ୍ତାକାଲି ଦଳ ଲକ୍ଷ୍ନୌରେ ପହଞ୍ଚିବ । ଲକ୍ଷ୍ନୌରେ ପହଞ୍ଚିବା ପରେ ହୋଟେଲରେ ଭାରତୀୟ କ୍ରିକେଟ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା ।