ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରଣାୱତ । ବର୍ତ୍ତମାନ ସେ ଅଯୋଧ୍ୟାରେ ପହଞ୍ଚି ରାମଲିଲା ମନ୍ଦିର ପରିଦର୍ଶନ କରି ଭଗବାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ କଙ୍ଗନା କହିଛନ୍ତି ଯେ, ଶେଷରେ ରାମଲଲାର ମନ୍ଦିର ନିର୍ମାଣ କରାଯାଇଛି। ଏହା ହିନ୍ଦୁମାନଙ୍କର ଏକ ପୁରୁଣା ସଂଘର୍ଷ। ଏବେ ଆମର ପିଢି ଏହି ଦିନ ଦେଖିପାରୁଛି । ମୁଁ ଅଯୋଧ୍ୟା ଉପରେ ଏକ ସ୍କ୍ରିପ୍ଟ ଲେଖିଛି ଏବଂ ପ୍ରସ୍ତୁତ କରିଛି ।ଏହା ୬୦୦ ବର୍ଷର ଦୀର୍ଘ ସଂଗ୍ରାମ ଏବଂ ମୋଦୀ ସରକାର ଏବଂ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ହେତୁ ଏହି ଦିନ ସମ୍ଭବ ଆଜି ହୋଇପାରିଛି। ଏହା ହିନ୍ଦୁମାନଙ୍କ ପାଇଁ ଏହା ସବୁଠାରୁ ବଡ ତୀର୍ଥସ୍ଥାନ ହେବ ଟ୍ଟ ଏହି ଦେଶ ବିଶ୍ୱ ସାମ୍ନାରେ ଅଛି। ଏବଂ ଏହା ସନାତନ ସଂସ୍କୃତିର ଏକ ମହାନ୍ ପ୍ରତୀକ ହେବ। ଆମ ଚଳଚ୍ଚିତ୍ର ତେଜସରେ ମଧ୍ୟ ରାମ ମନ୍ଦିରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ସେପଟେ ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ହୋଇଥିବା ଲୁବ କୁଶ ରାମଲିଲାରେ ପ୍ରଥମ ଥର ପାଇଁ କଙ୍ଗନା ରାଣାୱତଙ୍କୁ ରାବଣର ଦହନ କରିବାକୁ ନିମନ୍ତ୍ରଣ କରାଯାଇଥିଲା। ରାବଣଙ୍କୁ ବଦ୍ଧ କରୁଥିବା ସମୟରେ ଅଭିନେତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତୀର ଚଳାଉଥିବାର ନଜର ଆସିଛନ୍ତି, ଏହି ସମୟରେ ସେ ତାଙ୍କର ତିନୋଟି ଟାର୍ଗେଟକୁ ମିସ କରିଛନ୍ତି। ଯେଉଁଥି ପାଇଁ ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ ।
ଅନ୍ୟପଟେ, କଙ୍ଗନା ତାଙ୍କ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ,ବାୟୁସେନା ଦିବସ ଅବସରରେ ରବିବାର ଦିନ ରିଲିଜ୍ ହୋଇଥିଲା । ସେଥିରେ ଜବରଦସ୍ତ ଆକ୍ସନ ମୋଡ୍ରେ ନଜର ଆସିଛନ୍ତି କଙ୍ଗନା । ତାଙ୍କୁ ଜଣେ ସାହସୀ ବାୟୁସେନା ପାଇଲଟଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ତାଙ୍କର ନାମ ରହିଛି ‘ତେଜସ୍ ଗିଲ୍’ । ଏହି ଫିଲ୍ମର ଆରମ୍ଭରେ ଆକାଶରେ ଭାରତୀୟ ବାୟୁସେନାର ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଗୋଟିଏରୁ କଙ୍ଗନାଙ୍କର ଏଣ୍ଟ୍ରି ହୋଇଛି । ଆକାଶମାର୍ଗରେ ସେ ଅନେକ ବିପଜ୍ଜନକ ଷ୍ଟଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳୁଛି । ଫିଲ୍ମର କାହାଣୀ ଅନୁସାରେ, ଜଣେ ଭାରତୀୟ ଗୁଇନ୍ଦାଙ୍କୁ ପାକିସ୍ତାନ ଅଟକ ରଖିଛି । ତାଙ୍କୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଥିବା ମିଶନରେ କଙ୍ଗନା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି । ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ଫିଲ୍ମଟି ୨୭ ଅକ୍ଟୋବର ୨୦୨୩ରେ ବଡ ପରଦାରେ ମୁକ୍ତିଲାଭ କରିବ ।