ଓଡ଼ିଶା 365 (ବ୍ୟୁରୋ) : ସେପଟା ହେଉଛି ଏକ ସ୍ବାଦିଷ୍ଟ ଫଳ । ଏହା ପାଟିକୁ ଖାଲି ସୁଆଦିଆ ଲାଗେ ନାହିଁ ବରଂ ତ୍ବଚ।, କେଶ ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ୍ ଉପକାରି । ଏଥିରେ ଭିଟାମିନ ବି , ସି, ଇ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଫାଇବର, ମିନେରାଲ ଏବଂ ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ଭରି ରହିଥାଏ । ଏହା ତ୍ୱଚାର ସୁନ୍ଦରତା ବଢାଇବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ । ଖରାଦିନରେ ଝାଳ ଏବଂ ଗରମ କାରଣରୁ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ସେପଟାରେ ଭିଟାମିନ, ମିନେରାଲ ଏବଂ ଆଣ୍ଟି ଅକ୍ସିଡାଣ୍ଟର ଗୁଣ ଭରପୁର ରହିଥାଏ । ଏହା ସେବନ କରିବା ଦ୍ୱାରା, ତ୍ୱଚାରେ ସୃଷ୍ଟି ହୋଇଥିବା ଟ୍ୟାନିଂ, ଦାଗ, ଡାର୍କସର୍କଲ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
ତ୍ୱଚାରୁ ପ୍ରାକୃତିକ ଚମକ ହଜି ଯାଇଥିଲେ, ଏଥିପାଇଁ ସେପଟା ସେବନ କରିବା ବହୁତ୍ ଲାଭଦାୟକ ହୋଇଥାଏ । ଏହା ସହିତ, ଅଳ୍ପ ସପେଟା ପେଷ୍ଟରେ ଅଳ୍ପ କ୍ଷୀର, ବେସନ ମିଶାଇ, ଏକ ପେଷ୍ଟ ପ୍ରସ୍ତୁତ କରି, ତ୍ୱଚାରେ ଲଗାଇବେ । ଶୁଖିବା ପରେ ତ୍ୱଚାକୁ ନଖ ଉଷୁମ ପାଣିରେ ଧୋଇ ସଫା କରିବେ । ଏପରି କରିବା ଦ୍ୱାରା ତ୍ୱଚା ସତେଜ ଲାଗିବା ସହିତ, ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ । କେଶକୁ ଲମ୍ବା, ଘନ, କଳା କରିବାକୁ ଚାହୁଁଥିଲେ, ଏଥିପାଇଁ ସେପଟା ବହୁତ୍ ଉପକାରୀ ହୋଇଥାଏ । ସେପଟା ମଞ୍ଜିରୁ ପ୍ରସ୍ତୁତ ତେଲ, କେଶରେ ବ୍ୟବହାର କରିବା ଦ୍ୱାରା, ଏହା କେଶକୁ ଘନ, ସୁନ୍ଦର କରିଥାଏ । ଏହା ସହିତ ରୂପି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।