ଓଡ଼ିଶା 365 (ବ୍ୟୁରୋ) : ଦର୍ଶକବନ୍ଧୁ ଆପଣ ମାନେ ନିତିଦିନ ଚା’ପିଉଥିବେ । ତେବେ ଏହି ଚା ବିଭିନ୍ନ ପ୍ରକାରର ହୋଇଥାଏ । ଯାହାଦ୍ୱାରା ଶରୀରକୁ ଅନେକ କ୍ଷତି ହୋଇଥାଏ । ତେବେ ଆଜି ଆମେ ଏପରି ଏକ ଚା କଥା ଜଣାଇବୁ ଯାହାଦ୍ୱାରା ଆପଣଙ୍କ ଅନେକ ରୋଗ ଦୂର ହେବ l ତେବେ ଆପଣ ପ୍ରକାର ଔଷଧୀୟ ଚା’ କଥା ଶୁଣିଥିବେ ଅନେକଙ୍କୁ କ୍ଷୀର ଚା’,ନାଲି ଚା’ ଏହାସହ ଗ୍ରୀନ ଟି ପିଇବା ପାଇଁ ଖୁବ ପସନ୍ଦ ଲାଗିଥାଏ । ମାତ୍ର ଆପଣ ରସୁଣ ଚା’ ବିଷୟରେ କେବେ ଶୁଣିଛନ୍ତି କି ? ଆଉ ଏହି ରସୁଣ ଚା’ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ପ୍ରଦାନ କରେ । ତେବେ ଜାଣିଛନ୍ତି କି ?
ରସୁଣ ଚା’ ପିଇବା ଦ୍ୱାରା ଶରୀରରେ ରକ୍ତର ଶର୍କରା ନିୟନ୍ତ୍ରଣ ହୋଇଥାଏ l ସେହିପରି ଏହା ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍ ମଧ୍ୟ ହ୍ରାସ ହୋଇଥାଏ । ରସୁଣ ଚା’ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏହା ପ୍ରତିଦିନ ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରାୟତଃ ଅନେକଙ୍କ ରୋଷେଇ ଘରେ ରସୁଣ ଉପଲବ୍ଧ ଥାଏ । ଅନେକ କ୍ଷେତ୍ରରେ ରସୁଣକୁ ଜଡିବୁଟି ବୋଲି ମଧ୍ୟ କୁହାଯାଇଥାଏ । ଏହା ଏକ ମସଲା ପ୍ରଜାତି ମଧ୍ୟ l ଯାହାକି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।