ଓଡ଼ିଶା 365 (ବ୍ୟୁରୋ):ଅଧିକାଂଶ ଯୁବକ ଓ ଯୁବତୀ ମାନେ ନିଜ କ୍ୟାରିୟରକୁ ଆଭଗକୁ ନେବା ପାଇଁ ଏବଂ ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥାନ୍ତି । ଏମାନଙ୍କ ମଧ୍ୟରୁ କେତେକ ସଫଳ ହୋଇଥାନ୍ତି ତ ଆଉ କେତେକ ବିଫଳ ମଧ୍ୟ ହୋଇଥାନ୍ତି । ବଲିଉଡ ଠାରୁ ଭୋଜପୁରୀ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ସ୍ଥାନରେ ଏଭଳି ହୋଇଥାଏ । ଆମେ ଆଜି ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ କି ଦିନେ ଭୋଜପୁରୀ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। ହେଲେ ବର୍ତ୍ତମାନ ତାଙ୍କ ଜୀବନ ଦୁର୍ଦ୍ଦିନ ହୋଇପଡିଛି । ଫିଲ୍ମ ଛାଡି ସେ ମୁମ୍ବାଇର ଲୋଖଣ୍ଡୱାଲା ରାସ୍ତାରେ ଭିକ ମାଗିବା ଆରମ୍ଭ କରିଛନ୍ତି। ସେ ହେଉଛନ୍ତି ଭୋଜପୁରୀ ଅଭିନେତ୍ରୀ ମିତାଲି ଶର୍ମା ।
ସୂଚନା ମୁତାବକ, ମିତାଲି ମୁମ୍ବାଇର ଲୋଖଣ୍ଡୱାଲା ରାସ୍ତାରେ ଚୋରି କରି ଧରାପଡିଥିଲେ। ପ୍ରାୟ ସାତ ବର୍ଷ ପୂର୍ବେ ଓଶିୱାରା ପୋଲିସ ତାଙ୍କୁ ଗିରଫ କରିଥିଲା। ମିତାଲି ପ୍ରଥମେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ପରେ ତାଙ୍କୁ କାମୁଡି ଖସି ପଳାଇବାକୁ ଚେଷ୍ଟା କରିଥିଲେ।
ଖବର ମୁତାବକ, ମିତାଲି ସବୁ ଝିଅଙ୍କ ପରି ହିରୋଇନ୍ ହେବାକୁ ସ୍ୱପ୍ନ ଦେଖିଥିଲେ । ହେଲେ ତାଙ୍କର ଏହି ସ୍ୱପ୍ନ ପୂରଣ ହେବାରେ ଅନେକ ବାଧା ଉପୁଜିଥିଲା । ତାଙ୍କୁ ମୁମ୍ବାଇରେ କୌଣସି ଚଳଚ୍ଚିତ୍ର ମିଳିନଥିଲା ଯେଉଁଥି ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ଦେଖାଦେଇଥିଲା । ଖାଦ୍ୟ ଖାଇବାକୁ ବି ତାଙ୍କ ପାଇରେ ସକ୍ଷମ ନଥିଲା । ଯେଉଁଥି ପାଇଁ ସେ ଡିପ୍ରେସନକୁ ଚାଲିଯାଇଥିଲେ ।