ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ନିମ୍ବ ଗଛ ଔଷଧୀୟ ଗୁଣର ଭଣ୍ଡାର ହୋଇଥାଏ। ଏହି ଗଛ ଭାରତ ଛଡ଼ା ଦକ୍ଷିଣ-ପୂର୍ବ ଏସିଆ, ଆମେରିକା, ଆଫ୍ରିକା,ଫିଜି,ମରିସସ,ସାଉଦି ଆରବ,ଫିଲିପାଇନ୍ସ ଏବଂ ଅନ୍ୟ ଦେଶରେ ଦେଖିବାକୁ ମିଳିଥାଏ । ତେବେ ନିମ୍ବ ଗଛର ପ୍ରତ୍ୟେକ ଅଙ୍ଗ ଯେମିତିକି ପତ୍ର, ଫୁଲ ,ଫଳ ,ଛାଲ ଏବଂ ଶାଖା ଆଦି ଔଷଧ ଭାବେ ବ୍ୟବହାର କରାଯାଇଥାଏ । ନିମ୍ବ ଫଳରୁ ମଞ୍ଜି ବାହାରିଥାଏ ଯେଉଁଥିରୁ ତେଲ ମିଳିଥାଏ। ନିମ୍ବ ଗଛର କାଣ୍ଡରୁ ଅଠା ମିଳିଥାଏ । ଏହା ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ ।
ଆର୍ୟୁବେଦ ଶାସ୍ତ୍ର ଅନୁସାରେ ନିମ୍ବ ହାଲୁକା କଡ଼ା,କଷା ଏବଂ ଶୀତଳ ହୋଇଥାଏ । ଏହା ୩ପ୍ରକାରର ଦୋଷ ବାତ,ପିତ୍ତ ଏବଂ କଫ ଆଦିକୁ ସମୂଳେ ନାଶ କରିଥାଏ। ଏହା କୋଷ୍ଠକାଠିନ୍ୟ,ମ୍ୟାଲେରିଆ,କାମଳ,କୁଷ୍ଠ,ମୁଣ୍ଡବ୍ୟଥା,ଦାନ୍ତ ସମ୍ବନ୍ଧୀୟ ରୋଗ ଏବଂ ତ୍ବଚାଜନିତ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ । ଏହା ଏକ ଉତ୍ତମ ରକ୍ତ ବିଶୁଦ୍ଧକାରୀ ଏବଂ ଜୀବାଣୁନାଶକ ହୋଇଥାଏ । ୟୁନାନି ଚିକିତ୍ସା ପଦ୍ଧତି ଅନୁସାରେ ନିମ୍ବର ତାସିର ଅତ୍ୟନ୍ତ ଉଷ୍ମ ହୋଇଥାଏ । ଉପଦଂଶ ସିଫିଲ୍ସ ଏବଂ କୁଷ୍ଠର ଉପଚାର ପାଇଁ ଏହା ସର୍ବୋତ୍ତମ ଔଷଧ । ହୋମିଓପାଥି ଅନୁସାରେ ଜୀର୍ଣ୍ଣ ରୋଗ ପାଇଁ ନିମ୍ବ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ନିମ୍ବତେଲ ଯାହା ଗନ୍ଧ ଏବଂ ସ୍ବାଦରେ କଡ଼ା ହୋଇଥାଏ ଏହା ପ୍ରଥମରୁ ହିଁ ଜୀବାଣୁନାଶକ ହୋଇଥାଏ ।
ବୈଜ୍ଞାନିକଙ୍କ ଅନୁସାରେ ଏହା ଦୁର୍ଗନ୍ଧନାଶକ ହେବା ସହ ପାଇରିଆ ପାଇଁ ଲାଭଦାୟକ ହୋଇଥାଏ । ନିମ୍ବକୁ ଏକ ଉତ୍ତମ ଗର୍ଭନିରୋଧକ ଭାବେ ମଧ୍ୟ ଜଣାଯାଏ। ଅର୍ଶ ଭଳି ଏକ କଷ୍ଟସାଧ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ନିମ୍ବ ଏବଂ କନିଅର ପତ୍ରକୁ ସମାନ ମାତ୍ରାରେ ମିଶାଇ ବାଟି ଦିଅନ୍ତୁ । ଏହି ମିଶ୍ରଣକୁ ପ୍ରଭାବିତ ସ୍ଥାନରେ ଲଗାଇ ନିଅନ୍ତୁ। ନିମ୍ବ ପତ୍ରରେ ମୁଗ ଡାଲି ମିଶାଇ ବିନା ମସଲାରେ ଭାଜି ଖାଇବା ଦ୍ବାରା ଏହି ରୋଗରୁ ମୁକ୍ତି ମିଳିଥାଏ । ଏହି ସମୟରେ ରୋଗୀଙ୍କ ଖାଦ୍ୟରେ ଚାଉଳ ଏବଂ ଲହୁଣୀ ମଧ୍ୟ ସାମିଲ କରନ୍ତୁ । ପ୍ରତିଦିନ ସକାଳେ ନିମ୍ବଫଳ ଖାଇଲେ ଆରାମ ମିଳିଥାଏ । ନିମ୍ବ ତେଲକୁ ଗରମ କରି ମାଲିସ୍ କଲେ ଆଣ୍ଠୁ ଗଣ୍ଠିରୁ ମୁକ୍ତି ମିଳିଥାଏ। ଆର୍ଥରାଇଟିସ୍ ରୋଗୀଙ୍କ ପାଇଁ ନିମ୍ବ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।