ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଶ୍ୱର ସବୁଠାରୁ ଧନୀ ଭିକାରୀ ଭରତ ଜେନ୍ । ସାଧାରଣତଃ ରୋଜଗାର ପାଇଁ ଅକ୍ଷମ ହୋଇଥିଲେ ହିଁ ଜଣେ ଭିକ୍ଷାକୁ ଆଦରିଥାଏ । ଭିକାରି ଶବ୍ଦଟି ଦାରିଦ୍ର୍ୟ ବା ଅସହାୟତା ସହ ଜଡିତ ବୋଲି ଆମର ଧାରଣା । ତେବେ ଖରା ବର୍ଷା ଶୀତରେ ରାସ୍ତାକଡରେ ଛିଣ୍ଡା ଦଦରା ବସ୍ତ୍ର,ଅଲରା କେଶରେ ଦୟାଳୁ ବ୍ୟକ୍ତିଙ୍କ ଅନୁଗ୍ରହରେ ବଂଚୁଥିବା ଭିକାରିଟିଏ ଦିନକୁ କେତେ ବା ରୋଜଗାର କରୁଥିବ ଭାବି ଆମେ ତାକୁ ଦାନ କରିଥାନ୍ତି । ଭିକାରି ଭିକ୍ଷାକୁ ଏକ ପେସା ଭାବେ ଗ୍ରହଣ କରି ସେଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏହି କ୍ରମରେ ବିଶ୍ୱର ସବୁଠୁ ଧନୀ ଭିକାରିର ମାନ୍ୟତା ରଖିଥିବା ଭରତ ଜେନ ମୁମ୍ବାଇର ମୁଖ୍ୟ ରେଳଷ୍ଟେସନ ବା ଆଜାଦ ମୌଦାନର ରାସ୍ତା କଡରେ ଭିକ୍ଷାଥାଳ ଧରି ବସି ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଭରତ ଏବେ ସାଢେ ୭କୋଟି ଟଙ୍କାର ମାଲିକ । ପିଲାବେଳେ ଆର୍ଥିକ ଅନଟନ ଯୋଗୁଁ ପ୍ରାଥମିକ ଶିକ୍ଷାରୁ ବଂଚିତ ହୋଇଥିବା ଭରତ ଭିକ୍ଷାକୁ ଆଦରି ନେଇଥିଲେ । ଏବେ ସେ ମାସକୁ ୬୦ହଜାରରୁ ୭୫ହଜାର ଟଙ୍କା ଯାଏ ଉପାର୍ଜନ କରୁଛନ୍ତି । ଭରତଙ୍କ ପରିବାରରେ ପତ୍ନୀଙ୍କ ସମେତ ଦୁଇଟି ପୁଅ,ତାଙ୍କ ଭାଇ ଓ ବାପା ରହୁଛନ୍ତି । ସେ ମୁମ୍ବାଇ ଭଳି ଖର୍ଚ୍ଚବହୁଳ ସହରର ପରେଲ ଇଲାକାରେ ଗୋଟିଏ ଦୁଇ ଶୟନକକ୍ଷ ବିଶିଷ୍ଟ ଫ୍ଲାଟ କିଣିଛନ୍ତି । ଏହାସହ, ସେ ଥାନେ ଅଞ୍ଚଳରେ ଦୁଇଟି ଦୋକାନଗୃହର ମାଲିକ, ଯେଉଁଥିରୁ ମାସିକ ୩୦ହଜାର ଟଙ୍କା ଭଡା ମିଳୁଛି । ତାଙ୍କ ପିଲାମାନେ କନଭେଂଟ ସ୍କୁଲରୁ ଶିକ୍ଷା ସାରିଛନ୍ତି ।
ସେପଟେ ଭିକ୍ଷାବୃତ୍ତି ନକରିବା ପାଇଁ ପରିବାର ଲୋକେ ତାଙ୍କୁ ଯେତେ ପ୍ରବର୍ଦ୍ଭାଇଲେ ବି ସେ ତାହା ଛାଡିବାକୁ ନାରାଜ । କାରଣ ଆଜିର ପ୍ରତିନ୍ଦ୍ୱନ୍ଦିତାମ୍ବଳକ ଦୁନିଆରେ ଦିନ ତମାମ ଖଟି ଜଣେ କେଇ ସହ ଟଙ୍କା ପାଇପାରୁନଥିବା ବେଳେ ଭରତ ବିନା କଷ୍ଟରେ ୧୦ରୁ ୧୨ଘଣ୍ଟା ଭିକ ମାଗି ୨ହଜାର ଯାଏ ଆୟ କରନ୍ତି ।ଯେଉଁଥି ପାଇଁ ଭରତ ଆଜି ବିଶ୍ୱର ସବୁଠାରୁ ଧନୀ ଭିକାରୀ ବନିପାରିଛନ୍ତି ।