ଓଡ଼ିଶା 365 (ବ୍ୟୁରୋ) : ଆତ ଶରୀରକୁ ଦେଇଥାଏ ଅନେକ ଫାଇଦା ଆତ ପାଟିକୁ ଭାରି ସ୍ୱାଦିଷ୍ଟ ଲାଗିବା ସହ ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ଫାଇବର୍ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମଧ୍ୟ ରହିଛି । ଏହାକୁ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳଥାଏ । ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଆତରେ ଭିଟାମିନ୍ ଏ, ଭିଟାମିନ୍ ସି ଓ ରିବୋଫ୍ଲାବିନ୍ ପରି ପୋଷକତତ୍ତ୍ୱ ରହିଛି, ଯାହା ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
ଆତରେ ପ୍ରଚୁର ପରିମାଣରେ ରହିଛି ଭିଟାମିନ୍ ‘ବି ୬’ । ଏହାକୁ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ । ଏଥିରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍ ହୃଦ୍ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ । ଏଥିପାଇଁ ହୃଦ୍ରୋଗୀଙ୍କୁ ନିୟମିତ ଆତ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି । ଏଥିରେ ଥିବା କପର୍ ଓ ଆଇରନ୍ ଗର୍ଭବତୀଙ୍କ ପାଇଁ ବେଶ୍ ଭଲ।
ଗର୍ଭାବସ୍ଥାରେ ଆତ ଖାଇଲେ ଗର୍ଭଜନିତ କଷ୍ଟ ଅନେକାଂଶରେ ଦୂର ହୋଇଥାଏ । ଆତରେ ଥିବା ଫାଇବର୍ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଆତ ଖାଇଲେ ବ୍ଲଡ୍ ପ୍ରେସର କମ୍ ହୋଇଥାଏ । ଏଥିରେ ଆଇରନ୍ ଓ କପର୍ ଥିବା ଯୋଗୁ ଏହା ରକ୍ତହୀନତା ସମସ୍ୟାକୁ ଦୂର କରିଥାଏ ।