ଓଡ଼ିଶା 365 (ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଆଜି ରାଜଭବନରେ ଦିଆଯିବ ବିଦାୟକାଳୀନ ସମ୍ବର୍ଦ୍ଧନା । ଅପରାହ୍ନରେ ହେବାକୁ ଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆସନ୍ତା ୩୧ ତାରିଖରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ । ଏଥି ପାଇଁ ଆସନ୍ତା ୨ ୯ ତାରିଖରେ ରାଜଭବନରେ ପହଂଚିବେ ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ରଘୁବର ଦାସ । ଦାୟିତ୍ୱ ଗ୍ରହଣ ପୂର୍ବରୁ ମିଜର ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ।
ସେ କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ । ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ଼ କାମ ବି ସହଜରେ କରି ହୋଇଥାଏ । ୧୯୮୦ ମସିହାରୁ ଜନତାଙ୍କ ସେବା କରି ଆସୁଥିବା କହିଛନ୍ତି ରଘୁବର ଦାସ । ଏହାସହ ସେ କହିଛନ୍ତି, ବିଜେପି ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ଜନତା ପ୍ରେମର ସହ ଯାହା ଦାୟିତ୍ୱ କାନ୍ଧରେ ଦେଇଛନ୍ତି । ତାକୁ ନିଷ୍ଠାର ସହ ସେ ନିର୍ବାହ କରିଛନ୍ତି । ଆଗକୁ ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ବିକାଶ ପାଇଁ କାମ କରିବୁ।