ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶେଷରେ ଦେବାଦେବୀଙ୍କ ମନ୍ଦିରକୁ କୁ ବି ଛାଡ଼ିଲେନି। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ରାଜନଗର ସାତଭାୟାର ପଞ୍ଚୁବରାହୀ ମନ୍ଦିରରୁ ଚୋରି ହୋଇଛି। ମଧ୍ୟରାତ୍ରିରେ ମା’ଙ୍କ ସୁନା ଅଳଙ୍କାର ସହ ହୁଣ୍ଡି ତାଡ଼ି ଚଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ। ପୂର୍ବରୁ କେବେ ମା’ଙ୍କ ମନ୍ଦିରରୁ ଏଭଳି ଅଘଟଣ ଘଟିନଥିବା ବେଳେ ପ୍ରଥମ ଥର ଚୋରି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି । ଘଟଣା ସ୍ଥଳରେ ରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସମୁଦ୍ର କୂଳରେ ମା’ ଙ୍କ ମନ୍ଦିର ଥିବା ବେଳେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟା ବାସୀଙ୍କ ସହ ମା ପଞ୍ଚୁବରାହୀଙ୍କୁ ବଗପାଟିଆକୁ ସ୍ଥାନାନ୍ତରିତ କରାଯାଇଥିଲା । ମା’ ପଞ୍ଚୁବରାହୀଙ୍କ ପୀଠ ଅନ୍ୟତମ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତମାନେ ମା’ଙ୍କ କୃପା ଲାଭ ପାଇଁ ଆସନ୍ତି । ସାତଭାୟାର ଆରାଧ୍ୟା ଦେବୀ ମା ପଞ୍ଚୁବରାହୀ ପୀଠର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ମା ଙ୍କର ଆବିର୍ଭାବକୁ ନେଇ ରହିଛି ଅନେକ କାହାଣୀ । ସେଥିମଧ୍ୟରେ ମା’ଙ୍କର ପୂଜକ ଆଉ ପୂଜାକୁ ନେଇ ମଧ୍ୟ ଅନେକ କିମ୍ବଦନ୍ତୀ ରହିଛି। କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତରେ କାହିଁ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି ମା’ ପଞ୍ଚୁବରାହୀ ।