ଓଡ଼ିଶା 365 (ବ୍ୟୁରୋ):ଇସ୍ରାଏଲ-ହମାସ ମଧ୍ୟରେ ୧୯ ଦିନ ହେଲା ଚାଲିଛି ଯୁଦ୍ଧ । ଏହାରି ଭିତରେ ଅନେକ ଜୀବନ ବଳି ପଡିସାରିଲାଣି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ କରୁଥିବା ବେଳେ ଇସ୍ରାଏଲ ମଧ୍ୟ ଗାଜା ଉପରେ ଏୟାରଫୋର୍ସ ମାଧ୍ୟମରେ ବୋମା ବର୍ଷଣ କରୁଛି । ତେବେ ସବୁଠୁ ବଡ଼ କଥା ହେଉଛି ଗାଜା ମଧ୍ୟକୁ ବାହାରୁ ଯୋଗାଯୋଗ ବିଚ୍ଛିନ୍ନ କରିଛି ଇସ୍ରାଏଲ । ଯାହାଫଳରେ ତୈଳ ଇନ୍ଧନ ଗାଜାକୁ ଯାଇପାରୁନାହିଁ । ଏପରିକି ବିଜୁଳି ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ନାଗରିକମାନଙ୍କୁ ଅପହରଣ କରି ରଖିଥିବାରୁ ଇସ୍ରାଏଲ ଏପରି କଠୋର ନିଷ୍ପତ୍ତି ନେବା ସହ ମାନବିୟ ସହାୟତାକୁ ମଧ୍ୟ ବନ୍ଦ କରିଛି ।
ସେପଟେ ହମାସ ବିରୋଧରେ ଯେ କେହି ବି ପାଟି ଖୋଲିଲେ ସେମାନଙ୍କପୋଲିସ ଗିରଫ କରୁଛି । ନିକଟରେ ଆରବ-ଇସ୍ରାଏଲର ଜଣାଶୁଣା ଅଭିନେତ୍ରୀ ମାଇସା ଅବଦେଲ ହାଦିଙ୍କୁ ଇସ୍ରାଏଲ ପୋଲିସ ଗିରଫ କରିଛି। କାରଣ ସେ ତାଙ୍କ ସୋସିଆଲ ମିଡିଆରେ ଆତଙ୍କବାଦକୁ ସମର୍ଥନ କରୁଥିବା ସନ୍ଦେହରେ ତାଙ୍କୁ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ସମ୍ପର୍କରେ ସୋସିଆଲ ମିଡିଆ ପୋଷ୍ଟ କରି ଗିରଫ କରାଯାଇଛି। ଏନେଇ ଗଣମାଧ୍ୟମକୁ ତାଙ୍କର ଆଟର୍ଣ୍ଣି ତଥା ମୌସାୱାତ୍ ଜାଫର୍ ଫାରା କହିଛନ୍ତି ତାଙ୍କ ନାଁରେ ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଅକ୍ଟୋବର ୭ରେ ଇସଲାମୀୟ ସନ୍ତ୍ରାସବାଦୀ ଗୋଷ୍ଠୀ ହମାସ ଦ୍ୱାରା ହୋଇଥିବା ଆକ୍ରମଣରେ ହାଦି ଗାଜା ଷ୍ଟ୍ରିପ ଏବଂ ଇସ୍ରାଏଲ ମଧ୍ୟରେ ଥିବା ବାଡ ଭାଙ୍ଗିବାରୁ ସେଥିରେ ୧୪୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଯାହାର ଏକ ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସେଥିରେ ଲେଖିଛନ୍ତି ଯେ,‘ଚାଲନ୍ତୁ ବର୍ଲିନ୍ ଭଳି କରିବା’। ଅର୍ଥାତ୍ ୧୯୮୯ ପର୍ୟ୍ୟନ୍ତ ଜର୍ମାନିକୁ ଦୁଇ ଭାଗ କରି ରଖିଥିବା ବର୍ଲିନ୍ ପ୍ରାଚୀର ପତନ ଦୃଷ୍ଟାନ୍ତ ଦେଇ ସେ ଏଭଳି ଲେଖିଥିଲେ।