ଓଡ଼ିଶା 365 (ବ୍ୟୁରୋ) : କେବେ ସୁସ୍ଥ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।ଏ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା । ତେବେ ଆଗାମି ତିନି ମ୍ୟାଚରେ ମଧ୍ୟ ହାର୍ଦ୍ଦିକ ଖେଳି ନପାରନ୍ତି ବୋଲି କୁହାଯାଉଛି । ତେବେ ଏଯାବତ ବିସିସିଆଇ ପକ୍ଷରୁ ଯଦିଓ କୌଣସି ସୂଚନା ମିଳିପାରିନାହିଁ । ଏବେ ପାଣ୍ଡ୍ୟା ଚିକିତ୍ସିତ ହେଉଥିବାବେଳେ ସେମିଫାଇନାଲ ବେଳକୁ ଫିଟ୍ ହେବା ସହ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶ ବିପକ୍ଷରେ ଭାରତର ମ୍ୟାଚ ରହିଥିବା ବେଳେ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦଳପାଇଁ ଚିନ୍ତାର କାରଣ ହୋଇପାରେ । ତେବେ ଯଦି ହାର୍ଦ୍ଦିକ ଖେଳରେ ଅନୁପସ୍ଥିତ ରହନ୍ତି ତେବେ କୁହାଯାଉଛି କି, ଅଶ୍ବିନୀଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି । ଭାରତ ଚଳିତ ବିଶ୍ବକପରେ ୫ ମ୍ୟାଚରୁ ୫ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଦଳର ଖେଳାଳିମାନେ ଦମଦାର ଫର୍ମରେ ରହିଥିବାବେଳେ ଭଲ ପ୍ରଦର୍ଶନ କରୁଛନ୍ତି । ଆଗାମି ଭାରତ ସେମିରେ ପହଞ୍ଚିବା ପାଇଁ ଆଉ ମାତ୍ର ୨ଟି ମ୍ୟାଚ ଆବଶ୍ୟକ ହେଉଛି ।