ଓଡ଼ିଶା 365 (ବ୍ୟୁରୋ) : ମେଲାଣି ନେଇଛନ୍ତି ଦୁର୍ଗତୀନାଶିନୀ ମା ଦୁର୍ଗା। ଏବେ ପୂଜା ପାଇବେ ମା ଗଜଲକ୍ଷ୍ମୀ । ଏଥିପାଇଁ ଚଳଚଞ୍ଚଳ ଗାଁରୁ ସହର । ସବୁବର୍ଷ ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ପାଳନ କରାଯିବ । ଏଥିପାଇଁ ପୂଜା କମିଟି ଗୁଡ଼ିକର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୨୮ ତାରିଖରୁ ୩ ତାରିଖ ଯାଏଁ ଚାଲିବ ଏହି ପୂଜା । ସବୁ ଜିଲ୍ଲା ପୂଜା ମଣ୍ଡପରେ ପୂଜା ପାଇବେ ମା’ । ମଣ୍ଡପ ଗୁଡ଼ିକର ସାଜସଜା ଓ ତୋରଣ ନିର୍ମାଣ କାମ ଜୋରଦାର ଚାଲିଛି । ମୂର୍ତ୍ତି କାମ ପାଖାପାଖି ୯୦ ପ୍ରତିଶତ ସରିଲାଣି ।
ଚଳିତ ବର୍ଷ ଲକ୍ଷ୍ମୀ ବଜାର ପୂଜା କମିଟି ହୀରକ ଜୟନ୍ତି ପାଳିନ କରୁଥିବା ବେଳେ ମିନା ବଜାର, ଗଣେଶ ବଜାର, କୈବଲ୍ୟ ବଜାର, ଦେଉଳ ସାହି ପୂଜା ମଣ୍ଡପରେ ଚାନ୍ଦି ମେଢ ତିଆରି କରାଯାଉଛି । ସେହିପରି ଜୁବୁଲିଟାଉନ ଏକ ନମ୍ବର ଅଞ୍ଚଳରେ ପଲ୍ଳିଶ୍ରୀ ମେଳା ଓ ବୈଶାଖୀ ମେଳା ସାଜିବ ଅନ୍ୟ ଏକ ମୁଖ୍ୟ ଆକର୍ଷଣ । ପାଗ ଅନୁକୂଳ ରହିଲେ ୧୧ ଦିନରେ ପାଖା ପାଖି ହଜାର ହଜାର ଭକ୍ତଙ୍କ ଜନସମାଗମ ହେବାନେଇ ଅନୁମାନ କରାଯାଉଛି ।