ଓଡ଼ିଶା 365 (ବ୍ୟୁରୋ): ଆମେରିକାରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି । ପୁଣି ଆମେରିକାରେ ଫୁଟିଲା ଗୁଳି । ଆମେରିକାରେ ପୁଣି ଏକ ବଡ଼ ଧରଣର ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି । ଲେବିଷ୍ଟନ ସିଟିରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ବ୍ୟକ୍ତି ଏହି ଗୁଳିମାଡ଼ କରିଥିବା ଜଣାପଡ଼ିଛି ।
ସେମି ଅଟୋମେଟିକ୍ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲା ଆତତାୟୀ । ଗୁଳିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଛି । ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ପୋଲିସ ପକ୍ଷରୁ ଆତତାୟୀର ଫଟୋ ଜାରି କରାଯାଇଛି । ଯେଉଁଥିରେ ଆତତାୟୀ ହାତରେ ବନ୍ଧୁକ ଧରିଥିବାର ଫଟୋ ରହିଛି । ହାତରେ ବନ୍ଧୁକ ଧରି ସେ ଏକ ଘର ଭିତରକୁ ପ୍ରବେଶ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ପୋଲିସ ଏହାର ତଦନ୍ତ ଜାରି ରଖିଛି ।