ଓଡ଼ିଶା 365(ବ୍ୟୁରୋ): ଅଯୋଧ୍ୟାରେ ‘ଶ୍ରୀ ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 500 ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ସଂଘର୍ଷର ବିଜୟ ହୋଇଛି । ଭବ୍ୟ ମନ୍ଦିର ନିର୍ମାଣ ସହ ତାରିଖ ପ୍ରକାଶ ପାଇଛି । 2024 ମସିହା ଜାନୁଆରୀ 22 ତାରିଖରେ ହେବ ମନ୍ଦିର ଉଦଘାଟନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ 5 ଲକ୍ଷ ରାମ ଭକ୍ତ ଯୋଗଦେବେ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚା ଚାଲିଛି । ବିରୋଧୀମାନେ ପ୍ରଧାନମନ୍ତ୍ରୀ କାହିଁକି ହିନ୍ଦୁ ଧର୍ମର ମନ୍ଦିର ଉଦଘାଟନ କରିବେ ପ୍ରଶ୍ନ ଉଠାଇଥିବା ବେଳେ ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଯାହାକୁ ନେଇ ଏବେ ବିତର୍କ ଚାଲିଛି ।
2024 ଜାନୁଆରୀ 14 ରେ ମକର ସଂକ୍ରାନ୍ତି ସାରା ଭାରତରେ ପାଳନ ହେବ । ମକର ସଂକ୍ରାନ୍ତି ଦିନଠୁ ରାମ ମନ୍ଦିର ଉଦଘାଟନ ପାଇଁ ପୂଜା ଆରମ୍ଭ ହେବ । ସାରାଭାରତର ବର୍ଷରେ ଥିବା ଲକ୍ଷ ଲକ୍ଷ ମନ୍ଦିରରେ ରାମଙ୍କ ପାଇଁ ପୂଜା ହେବ ବୋଲି ଟ୍ରଷ୍ଟ କହିଛି । 10 ଦିନ ଧରି ପୂଜା ପରେ 22 ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ । ତେବେ ବିରୋଧୀମାନେ ଏହାକୁ ନେଇ କହିଛନ୍ତି ନିର୍ବାଚନରେ ଫାଇଦା ପାଇଁ ମୋଦି ଏପରି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନର ଦୁଇମାସ ପୂର୍ବରୁ ରାମ ମନ୍ଦିର ଉଦଘାଟନ କରି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଚାହୁଁଥିବା ବିରୋଧୀ କହିଛନ୍ତି । ତେବେ ବିଜେପି ଏହାକୁ ପ୍ରତ୍ୟାଖ୍ୟାନ କରିଛି । ରାମ ମନ୍ଦିର ନିର୍ମାଣ ହେଉଛି ଭାରତ ପାଇଁ ଗୈାରବର କଥା । କୋଟି କୋଟି ଲୋକଙ୍କ ଆସ୍ଥା ହେଉଛନ୍ତି ପ୍ରଭୁ ଶ୍ରୀରାମ । ଶହ ଶହ ବର୍ଷ ଧରି ହିନ୍ଦୁମାନେ ମନ୍ଦିର ନିର୍ମାଣ ପାଇଁ ଅପେକ୍ଷା କରିଛନ୍ତି । ଏଥିରେ ରାଜନୀତି କିଛି ନାହିଁ । ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାରୁ ପ୍ରଥମ ମହଲା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ।
“ଡିସେମ୍ବର 2023 ସୁଦ୍ଧା ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ସଂପର୍ଣ୍ଣ ହେବ । ମନ୍ଦିରର ସ୍ଥାୟିତ୍ବ 1000 ବର୍ଷ ପାଇଁ କରାଯାଉଛି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ସାଧୁ ସନ୍ଥ ଆସିବା ପାଇଁ ବ୍ୟବସ୍ଥା ହୋଇଛି । ଦେଶର ପ୍ରମୁଖ ଏକ ହଜାରରୁ ଅଧିକ ମନ୍ଦିରରେ ଉଦଘାଟନୀ ସମାରୋହରେ ଲାଇଭ ଷ୍ଟ୍ରିମିଂ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । 5 ଲକ୍ଷ ଭକ୍ତ ଅଯୋଧ୍ୟା ଆସିବାର ସଂଭାବନା ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମମନ୍ଦିର ନିର୍ମାଣର କାର୍ଯ୍ୟକୁ ତଦାରଖ କରୁଛନ୍ତି । ଦୁଇମାସ ପରେ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ରାମଭକ୍ତଙ୍କ ଉଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଅଯୋଧ୍ୟାକୁ ଏବେ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଛି ।