ଓଡ଼ିଶା 365 (ବ୍ୟୁରୋ): ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଗତକାଲିଠାରୁ ଉପାସରେ ଅଛନ୍ତି ମହାପ୍ରଭୁ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ଲିଙ୍ଗରାଜଙ୍କ ଜମି ଉପରେ ବଡୁ ନିଯୋଗ ବେଆଇନ ନିର୍ମାଣ କରିଥିବା ଅଭିଯୋଗ କରି ନୀତିରୁ ଦୂରେଇ ରହିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା । ଅନ୍ୟପଟେ ବଡୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି । ଏତେ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଉଭୟ ପକ୍ଷଙ୍କୁ ଡାକି ଏହାର ସମାଧାନ କରିବା ଦିବରେ ବିଫଳ ହୋଉଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଯୋଗୁଁ ଉପାସରେ ରହିଥିଲେ ମହାପ୍ରଭୁ। ପଇତା ଲାଗି ନୀତିକୁ ନେଇ ବିବାଦ ଉପୁଜିଥିଲା।