ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଘରୋଇ ବସ୍ ଚଳାଚଳକୁ ନେଇ ଆଜି ମାଲିକ ସଂଘ-ସରକାରଙ୍କ ମଧ୍ୟରେ ବସିବ ବୈଠକ। ପୂର୍ବାହ୍ନ ୧୧ଟା ବେଳେ ଖାରବେଳ ଭବନରେ ବସିବ ଏହି ବୈଠକ। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ବୈଠକରେ ଆଲୋଚନା ହେବ । ତେବେ ଆଜିର ବୈଠକ ପରେ କ’ଣ ନିଷ୍କର୍ସ ବାହାରୁଛି ତାହୁ ହିଁ ଅପେକ୍ଷା।
ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ ଚାଲୁଥିବା ଲକ୍ଷ୍ମୀ ବସକୁ ବିରୋଧ କରି ଆସୁଛନ୍ତି ଘରୋଇ ବସ ମାଲିକ ସଂଘ । ବ୍ଲକ ହେର୍ଡ କ୍ୱାର୍ଟର୍ସରୁ ଜିଲ୍ଲା ହେଡ କ୍ୱାର୍ଟର୍ସକୁ ଲକ୍ଷ୍ମୀ ବସ୍ ଚଳାଚଳ କରିବା ଦ୍ୱାରା ଘରୋଇ ବସ ମାଲିକ କ୍ଷତିଗ୍ରସ୍ତ ହେବେ । ବହୁ କର୍ମଚାରୀ କାମ ହରାଇବେ । ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା । ଏପରିକି ପୂଜା ପୂର୍ବରୁ ଅର୍ଥାତ ଶୁକ୍ରବାର ବସ ଚଳାଚଳ ବନ୍ଦ ରଖିଥିଲେ ମାଲିକ ସଂଘ । ଦଶହରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହେବାରୁ ସରକାର ବସ୍ ମାଲିକ ସଂଘ ସହ ଅଲୋଚନା ହୋଇଥିଲା । ଦଶହରା ପରେ ଅର୍ଥାତ ୨୬ ତାରିଖରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପରିବହନ ମନ୍ତ୍ରୀ । ପ୍ରତଶ୍ରୁତି ମିଳିଲା ପରେ ସଂଘ ଆନ୍ଦୋଳନକୁ ୩୧ ତାରିଖ ଯାଏ ସ୍ଥଗିତ ରଖିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।