ଓଡ଼ିଶା 365 (ବ୍ୟୁରୋ): OAS ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗତ ୨୨ ତାରିଖରେ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଥିଲା। ତେବେ ପୁଣି ୫୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି ସରକାର। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି କ୍ରମରେ ଗତ ସପ୍ତାହକ ମଧ୍ୟରେ ବଦଳି ହୋଇସାରିଲେଣି ୨୫୦ରୁ ଅଧିକ ଓଏଏସ୍ ଅଧିକାରୀ ।
ତେବେ ସମସେତ ୫୩ ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଭାବେ ବଦଳି କରାଯାଇଛି । ତେବେ ଗତ ୭ଦିନ ମଧ୍ୟରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ୨୫୦ରୁ ଅଧିକ ଓଏଏସ୍ ଅପିସରଙ୍କ ବଦଳି ହୋଇସାରିଲେଣି । ଏହି ସମସ୍ତ ଅଫିସରଙ୍କୁ ୨୪ତାରିଖରେ ବଦଳି ନିର୍ଦ୍ଦେଶ ସହ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ଅଫିସରମାନଙ୍କେ ୨୫ ତାରିଖ ସୁଦ୍ଧା ନିଶ୍ଚିତ ଭାବେ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି।