ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ କଙ୍ଗନା ତାଙ୍କ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ,ବାୟୁସେନା ଦିବସ ଅବସରରେ ରବିବାର ଦିନ ରିଲିଜ୍ ହୋଇଥିଲା । ସେଥିରେ ଜବରଦସ୍ତ ଆକ୍ସନ ମୋଡ୍ରେ ନଜର ଆସିଛନ୍ତି କଙ୍ଗନା । ତାଙ୍କୁ ଜଣେ ସାହସୀ ବାୟୁସେନା ପାଇଲଟଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ତାଙ୍କର ନାମ ରହିଛି ‘ତେଜସ୍ ଗିଲ୍’ । ଏହି ଫିଲ୍ମର ଆରମ୍ଭରେ ଆକାଶରେ ଭାରତୀୟ ବାୟୁସେନାର ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଗୋଟିଏରୁ କଙ୍ଗନାଙ୍କର ଏଣ୍ଟ୍ରି ହୋଇଛି । ଆକାଶମାର୍ଗରେ ସେ ଅନେକ ବିପଜ୍ଜନକ ଷ୍ଟଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳୁଛି । ଫିଲ୍ମର କାହାଣୀ ଅନୁସାରେ, ଜଣେ ଭାରତୀୟ ଗୁଇନ୍ଦାଙ୍କୁ ପାକିସ୍ତାନ ଅଟକ ରଖିଛି । ତାଙ୍କୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଥିବା ମିଶନରେ କଙ୍ଗନା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି । ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି ।
ସେପଟେ ଅଭିନୟ ବ୍ୟତୀତ ରାଜନୀତିକୁ ବେଶ୍ ପସନ୍ଦ କରନ୍ତି କଙ୍ଗନା । ସେ ଗତକାଲି ଅର୍ଥାତ୍ ୨୪ ତାରିଖ ଦିନ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟିଛନ୍ତି। ତାଙ୍କ ସହ କଙ୍ଗନାଙ୍କର ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସୂଚନା ମୁତାବକ, ଦଶହରା ଅବସରରେ କଙ୍ଗନା ରାବଣପୋଡି କାର୍ୟ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ। ଏହା ପରେ ସେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଭେଟି ଇସଲାମ ଆତଙ୍କବାଦ ବିରୋଧରେ ଲଢେଇକୁ ସମର୍ଥନ କରିଥିଲେ। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସେ କହିଛନ୍ତି ଯେ,ଗତକାଲି ଯେତେବେଳେ ମୁଁ ରାବଣ ପୋଡି ପାଇଁ ଦିଲ୍ଲୀରେ ପହଞ୍ଚିଲି, ସେତେବେଳେ ମୁଁ ଅନୁଭବ କରିଥିଲି ଯେ, ମୁଁ ଇସ୍ରାଏଲ୍ ଦୂତାବାସକୁ ଆସି ଆଜିର ଆଧୁନିକ ରାବଣ ଏବଂ ହମାସ ପରି ଆତଙ୍କବାଦୀଙ୍କୁ ପରାସ୍ତ କରୁଥିବା ଲୋକଙ୍କୁ ଭେଟିବି । ଛୋଟ ପିଲା ଏବଂ ମହିଳା ମାନଙ୍କୁ ଯେଉଁଭଳି ଭାବେ ଟାର୍ଗେଟ କରାଯାଉଛି ତାହା ହୃଦୟ ବିଦାରକ । ମା’ ଦୁଗାଙ୍କ କୃପାରୁ ଇସ୍ରାଏଲ ବିଜୟୀ ହେବ ବୋଲି ମୋର ସମ୍ପୂର୍ଣ୍ଣ ଆଶା ଅଛି ।