ଓଡ଼ିଶା 365 (ବ୍ୟୁରୋ): ଓଡ଼ିଆ ଝିଅକୁ ଅନ୍ତର୍ଜାତୀୟ ପୁରସ୍କାର। ନର୍ମାନ ଇ ବୋର୍ଲାଗ ପୁରସ୍କାର ପାଇଲେ ଯୁବ ବୈଜ୍ଞାନିକ ଡ.ସ୍ୱାତୀ ନାୟକ। କୃଷି ଓ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲିପାଇନସ୍ଥିତ ସିଜିଆଇଆର- ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନରେ କାର୍ଯ୍ୟରତ ଓଡ଼ିଶାର ଯୁବ ବୈଜ୍ଞାନିକ ଡ.ସ୍ୱାତୀଙ୍କୁ ଆଜି ଆମେରିକାର ଲୋୱା ସହରରେ ବିଶ୍ବ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ବିଶ୍ବର ସମ୍ମାନଜନକ ନର୍ମାନ ଇ ବୋର୍ଲାଗ ଫିଲ୍ଡ ପୁରସ୍କାର -୨୦୨୩ ରେ ସମ୍ମାନିତ କରାଯାଇଛି। ଡ.ନାୟକ ତୃତୀୟ ଭାରତୀୟ ତଥା ପ୍ରଥମ ଓଡ଼ିଆଭାବେ ଏହି ସମ୍ମାନଜନକ ପୁରସ୍କାରର ଅଧିକାରୀ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର ସହ ଦଶ ହଜାର ୟୁଏସ ଡଲାରର ଅର୍ଥରାଶି ପ୍ରଦାନ କରାଯାଇଛି।
କୃଷି କ୍ଷେତ୍ରରେ ବ୍ୟବହୃତ ଗ୍ରାମ୍ୟ ସ୍ତରରେ କରାଯାଇଥିବା ଅଭିନବ ପଦ୍ଧତ୍ତିଗୁଡିକର ଆବିଷ୍କାର ଏବଂ ଜାତୀୟସ୍ତରରରେ ଏହାକୁ ପ୍ରୋତ୍ସାହିତ କରିବାରେ ସ୍ବାତୀ ଅଗ୍ରଣୀ ଭୁମିକା ନିର୍ବାହ କରିଛନ୍ତି। ବିହନ ଦିଦି ଭାବେ ଦେଶ ଓ ବିଦେଶରେ ପରିଚିତ ସ୍ବାତୀ ସହଭାଗୀ ଧାନ ଠାରୁ ଆରମ୍ଭ କରି ୫୦୦ରୁ ଅଧିକ ଧାନ ବିହନ ଉପରେ ଗବେଷଣା କରିଛନ୍ତି।