ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ଧିରେ ଧିରେ ସବୁଠି ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଉଛି । ଜି୨୦ ବୈଠକ ପରେ ଏବେ ସବୁଠି ଏହା ସବୁଠି ଦେଖିବାକୁ ମିଳିଛି । ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ଆସୁଛି । ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଯଥା ଏନସିଇଆରଟିର ପୁସ୍ତକରେ ଲେଖାଯିବ ବର୍ତ୍ତମାନ ଇଣ୍ଡିଆ ବଦଳରେ ଭାରତ ଲେଖାଯିବ । ବହିଗୁଡ଼ିକରେ ଆବଶ୍ୟକୀୟ ପରିବର୍ତ୍ତନ ସଂପର୍କରେ ପ୍ୟାନେଲର ପ୍ରସ୍ତାବକୁ ଏନସିଇଆରଟି ଅନୁମୋଦନ କରିଛି। ପ୍ୟାନେଲର ଅନ୍ୟତମ ସଦସ୍ୟ ସିଏ ଆଇଜାକ୍ କହିଛନ୍ତି ଯେ ଏହି ପ୍ରସ୍ତାବ କିଛି ମାସ ପୂର୍ବରୁ ଆଗତ କରାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ଗ୍ରହଣ କରାଯାଇଛି।
ଏନସିଇଆରଟି ପ୍ୟାନେଲର ସୁପାରିଶ ଏପରି ଏକ ସମୟରେ କରାଯାଇଛି ଯେତେବେଳେ ରାଜନୈତିକ ମହଲରେ ଇଣ୍ଡିଆ ନାମ ଭାରତକୁ ବଦଳାଇବାର ଗୁଜବ ଶୁଣାଯାଉଛି। ଇଣ୍ଡିଆରୁ ଭାରତକୁ ନାମ ପରିବର୍ତ୍ତନ କରିବାର ଗୁଜବ ଗତ ମାସରେ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଯେତେବେଳେ ଜି -୨୦ ଇଭେଣ୍ଟରେ ଭାରତର ରାଷ୍ଟ୍ରପତିଙ୍କ ନାମରେ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ଇଣ୍ଡିଆର ରାଷ୍ଟ୍ରପତି’ ବଦଳରେ ‘ଭାରତର ରାଷ୍ଟ୍ରପତି’ ଲେଖାଯାଇଥିଲା।