ଓଡ଼ିଶା 365 (ବ୍ୟୁରୋ): କୁଳଡିହା ଅଭୟାରଣ୍ୟରେ ଆଜିଠୁ ଆରମ୍ଭ ହେଲା ବାଘ ଗଣନା। ଏହି କାର୍ଯ୍ୟ ଆସନ୍ତା ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ। ନୀଳଗିରିର କୁଲଡିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟ୍ ରେ ୪୨ଜଣ ବନ କର୍ମଚାରୀ ବାଘ ଗଣନା ଲାଗି ନିୟୋଜିତ ହୋଇଛନ୍ତି। ବାଲେଶ୍ୱର ଫରେଷ୍ଟ ଡିଭିଜନରେ ୫ଟି ରେଞ୍ଜରେ ମାସାଂଶୀ ବନ୍ୟଜନ୍ତୁଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ବାଘ ଗଣନା କରୁଛି ବନ ବିଭାଗ। ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଟିମ୍ ନିୟୋଜିତ ହୋଇଛନ୍ତି।
ସେହିପରି ନୀଳଗିରି ରେଞ୍ଜ୍, ସୋର, ଜଳେଶ୍ୱର ଏବଂ ଚାନ୍ଦିପୁର ରେଞ୍ଜରେ ମଧ୍ୟ ବନ୍ୟା ଜୀବଜନ୍ତୁଙ୍କ ଗତିବିଧି ଏବଂ ଉପସ୍ଥିତି ଉପରେ ନଜର ରଖାଯିବ। ଯେଉଁଥିପାଇଁ ୫୨ଟି ବିଟରେ ୨୫୦ ଅଧିକ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଚଳିତ ମାସ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ ଗଣନା ଆରମ୍ଭ ହୋଇଛି। ୩ଟି ପର୍ଯ୍ୟାୟରେ ବାଘ ଗଣନା କାର୍ଯ୍ୟ ଚାଲିଛି। ଏଥିଲାଗି ୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି।