ଓଡ଼ିଶା 365 (ବ୍ୟୁରୋ): ଛାତ୍ରଙ୍କ ମାଡର ୮ ମାସ ଚିକିତ୍ସା ପରେ ଅଧ୍ୟାପକଙ୍କ ମୃତ୍ୟୁ । ଫେବୃଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ରାଜେଶ ସହିସଙ୍କ ଆକ୍ରମଣରେ ଅଧ୍ୟାପକ ଅମିତ ବାରିକ ଗୁରୁତର ହୋଇଥିଲେ । ଗୁରୁତର ହେବା ପରେ ବୁର୍ଲାରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି ।
ପ୍ରତ୍ୟେକ ଦିନ କ୍ଲାସକୁ ବିଳମ୍ବରେ ଆସିଥିବାରୁ ଛାତ୍ରଙ୍କୁ ତାଗିଦ କରିଥିଲେ ଅଧ୍ୟାପକ ଅମିତ ବାରିକ । ଫଳରେ ଛାତ୍ର ଜଣଙ୍କ ରାଗି ଅଧ୍ୟାପକକୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ କ୍ଲାସରୁମ୍ରେ ଶକ୍ତ ଚାପୁଡା ମାରିଥିଲା । ଘଟଣାସ୍ଥଳରେ ତଳେ ପଡିଯାଇଥିଲେ ଅଧ୍ୟାପକ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସଂଜ୍ଞାହୀନ ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୮ମାସର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଅଧ୍ୟାପକ । ଅଭିଯୁକ୍ତ ଛାତ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।