ଓଡ଼ିଶା 365 (ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ରାମକୁ ସମ୍ବଲପୁରରେ ଘୋର ବିରୋଧ ଘଟଣା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଡ୍ୟୁସର ଆସୋସିଏସନର ସାମ୍ବାଦିକ ସମ୍ମିଳନୀ ଏଭଳି ଘଟଣା ହୋଇଛି ।ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି । ମନୋଜଙ୍କୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ଦେବେନି ସୁଯୋଗ ବୋଲି ନିଷ୍ପତି ହୋଇଛି ।
ଖବର ମୁତାବକ,ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ବ୍ୟକ୍ତିଗତ ଝଗଡା ପାଇଁ ପ୍ରଯୋଜକମାନେ ବଳିପଡୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ ୨୦ ତାରିଖରେ ସାରା ଓଡିଶାରେ ଫିଲ୍ମ ‘ରାମ’ ରିଲିଜ୍ ହୋଇଥିଲା । ହେଲେ ସମ୍ବଲପୁରରେ ଶୋ ବନ୍ଦ କରିଦେଲେ ମନୋଜଙ୍କ ସମର୍ଥକମାନେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ଡିଷ୍ଟ୍ରିବ୍ୟୁଟର ଅରିନ୍ଦମଙ୍କୁ ଜଣାଇଥିଲେ, ପରେ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ ଅରିନ୍ଦମ୍ ।
ସେପଟେ ଆଜି ଅଭିଯୋଗ ନେଇ ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂଘ। ଦୁଇ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି ।