ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ସପୁରୀରେ ରହିଛି ଅନେକ ଔଷଧୀୟ ଗୁଣ । ଏହି ଜୁସ୍ ଶରୀରକୁ ଦେଇଥାଏ ଅନେକ ଫାଇଦା । ବିଶେଷ କରି ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । କାରଣ ଏହି ଦିନରେ ପେଟ ସମସ୍ୟା ଅଧିକ ଦେଖାଦେଇଥାଏ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଯାହା ଦରକାର, ତାହା ଶରୀରରେ କଦାପି ଅଭାବ ହେବା ଉଚିତ୍ ନୁହେଁ । ଶରୀରକୁ ଉପକାର କରୁଥିବା ଅନେକ ଫଳ ମଧ୍ୟରୁ ସପୁରୀ ଅନ୍ୟତମ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠାରୁ ଫାଇଦା ।
ସପୁରୀ ଜୁସ୍ରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ । ଅନେକ ଲୋକ ଜାଣିପାରିବେ ନାହିଁ ଯେ ସପୁରୀ ରସ ପିଇବା ଦ୍ଵାରା ବ୍ରଣ ପରି ସମସ୍ୟାରୁ ମୁକ୍ତି ଦିଏ ଉଜ୍ଵଳ ତ୍ଵଚା ଫେରାଏ।
ବୟସ ବଢିବା ସହିତ ଚର୍ମର ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍ ପିଅନ୍ତି । ତେବେ ଆପଣଙ୍କ ତ୍ୱଚାକୁ ସୁସ୍ଥ କୋମଳ ରଖିବ । ଅନେକ ଥର କୌଣସି ଫାଷ୍ଟଫୁଡ୍ ଖାଇବା ଦ୍ଵାରା ପେଟ ଭାରୀ ହୋଇଯାଏ । ଏହା ପେଟକୁ ଯନ୍ତ୍ରଣା ଦିଏ । ଏହି ସମୟରେ ସପୁରୀ ଜୁସ କରି ପିଇବା ଦ୍ଵାରା ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।