ଓଡ଼ିଶା 365 (ବ୍ୟୁରୋ) : ମାତିଛନ୍ତି ସାଇବର ଲୁଟେରା । ମୁଖ୍ୟତ ଠକଙ୍କ ମାଧ୍ୟମ ହୋଇଛି ସ୍ମାର୍ଟ୍ ଫୋନ୍ । ଲୋନ୍ ଆପ୍, ଫେସ୍ ଆପ୍, କ୍ଲିନିଂ ଆପ୍ କରି ଲୋକଙ୍କ ଠାରୁ ଠକିବାର ମାଧ୍ୟମ ଆପଣାଉଛନ୍ତି । ଅସୁରକ୍ଷିତ ଭାବେ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିଥିବା ଫ୍ରି ଆପ୍ ଏବେ ବଡ଼ ଚାଲେଞ୍ଜ୍ ହୋଇଛି । ଲୋକଙ୍କ ଫୋନ୍ବୁକ୍ ଓ ଗ୍ୟାଲେରୀରୁ ଫଟୋ ଡାଟାବେସ୍ ଚୋରି କରି ଅନ୍ୟତ୍ର ବ୍ୟବହାର କରି କୋଟି କୋଟି ଟଙ୍କା ଠକି ପାର୍ ହେଉଛନ୍ତି ସାଇବର ଠକ । ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ୍ ପାଇଁ ଆଣ୍ଡ୍ରଏଡ୍ ବଦଳରେ ଆଇଓଏସ୍ ସଂଚାଳିତ ସ୍ମାର୍ଟ୍ ଫୋନ୍କୁ ଲୋକେ ଏଣିକି ଅଧିକ ପସନ୍ଦ କରୁଛନ୍ତି । ଯେମିତିକି ଆପଣ ବୁଢା ହେଲେ କେମିତି ଦେଖାଯିବେ ? ଡାଉନ୍ ଲୋଡ୍ କରନ୍ତୁ ଫେସ୍ ଆପ୍ । ଲୋକେ ନିଜ ବୁଢା ଚେହେରା ଦେଖିବାକୁ ପାଗଳ ।
ଡାଉନ୍ଲୋଡ୍ କଲେ ଫେସ୍ ଆପ୍ । ବିନା କାଗଜପତ୍ରରେ କେଇମିନିଟରେ ଆପଣଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଋଣ । ଲୋନ୍ ଆପ୍ । ସାଇବର ଠକଙ୍କ ଟାର୍ଗେଟ୍ରେ ଏବେ ସ୍ମାର୍ଟ ଫୋନ୍ ୟୁଜର୍ସ। ବାସ୍ ସ୍ମାର୍ଟ ଫୋନ ବ୍ୟବହାରକାରୀ ପ୍ଲେ ଷ୍ଟୋରରୁ ଫ୍ରି-ଆପ୍ ଡାଉନ୍ଲୋଡ କରିବାମାତ୍ରେ ଫୋନ୍ ବ୍ୟବହାରକାରୀଙ୍କ ଫଟୋ ସହିତ ସବୁ ସାଇବର ଠକ ଚୋରି କରିନିଅନ୍ତି । ଫୋନବୁକରେ ଥିବା ନମ୍ବର ସହିତ ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଯଦି ସେଭ୍ ଅଛି, ତାହେଲେ ସାଇବର ଠକଙ୍କ କଚ୍ଚେ ପୁଅ ବାର । ନିମିଷକେ ଏସବୁର କ୍ଲୋନିଂ କରି ସାଇବର ଠକ ଲିଙ୍କ୍ ପଠାଇ ଦିଅନ୍ତି । ବୁଦ୍ଧି ନ ଖଟାଇ ଲିଙ୍କ୍ ଖୋଲିଲେ ଚୁଟୁକିରେ ଲୋକଙ୍କ ଆକାଉଣ୍ଟରୁ ଲୁଟି ନିଅନ୍ତି କୋଟି କୋଟି । ତେବେ ଏହିଭଳି ଆପ୍ ଠାରୁ ରୁହନ୍ତୁ ଦୁରରେ ।